Weather Update: ଦେଶର ବିଭିନ୍ନ ରାଜ୍ୟକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ, ଦିଲ୍ଲୀରେ ବଢିବ ତାତି
India Weather Update: ସାରା ଦେଶରେ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପାଣିପାଗ ବିଭାଗ ଦେଶକ ବିଭିନ୍ନ ସ୍ଥାନରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି । ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରର ଥାନେ, ରାଇଗର ଏବଂ ମୁମ୍ବାଇରେ ହିଟ୍ ୱେଭର ଆଶଙ୍କା ରହିଥିବାରୁ ଲୋକଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ।
ପାଣିପାଗ ବିଭାଗର ସୂଚନାନୁସାରେ, ଏପ୍ରିଲ 27 ରୁ 29 ଏପ୍ରିଲ ମଧ୍ୟରେ ମୁମ୍ବାଇର ଅନେକ ଅଂଶରେ ଥାନେ ଏବଂ ରାଇଗଡରେ ଅସହ୍ୟ ତାତି ନେଇ ସତର୍କ ସୂଚନା ଜାରି । ଏହା ସହିତ ଦିଲ୍ଲୀର ସର୍ବାଧିକ ତାପମାତ୍ରା ଆଜି 40 ଡିଗ୍ରୀ ସେଲସିୟସ ଅତିକ୍ରମ କରିବାର ସମ୍ବାବନା ରହିଛି ।

ସାବଧାନ ରୁହନ୍ତୁ, ଦକ୍ଷିଣ ପଶ୍ଚିମବଙ୍ଗରେ 30 ଏପ୍ରିଲ ପର୍ଯ୍ୟନ୍ତ ହିଟ୍ ୱେବ୍ ୱାର୍ଣିଂ ଯାରି କରାଯାଇଛି । ଯେଉଁଥି ପାଇଁ ସାଧାରଣ ଜୀବନ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । IMD ଲୋକଙ୍କୁ ପରାମର୍ଶ ଦେଇଛି ଯେ, ସୂର୍ଯ୍ୟକିରଣରେ ଅଧିକ ସମୟ ନ ରୁହନ୍ତୁ, ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ, ସୂତା ପୋଷାକ ବ୍ୟବହାର କରନ୍ତୁ ଏବଂ 10ଟାରୁ ଦିନ 3 ଟା ମଧ୍ୟରେ ବାହାରକୁ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି । ଦିଲ୍ଲୀରେ ଆଜି ତାପମାତ୍ରା 40 ଡିଗ୍ରୀ ଛୁଇଁପାରେ ।
ପାଣିପାଗ ବିଭାଗ ସୂଚନା ଅନୁସାରେ, ଶୁକ୍ରବାର ଦିନ ସର୍ବନିମ୍ନ ତପମାତ୍ରା 21.6 ଡିଗ୍ରୀ ସେଲସିୟସ ଥିଲା। ସେହିପରି ଶନିବାର ଦିନ ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି । ଏହା ସହିତ ମଧ୍ୟମ ଧରଣର ବର୍ଷା ଏବଂ ପବନ ମଧ୍ୟ ପ୍ରବାହିତ ହେବାର ସମ୍ଭାବନା ରହିଥିବା ନେଇ ପୁର୍ବାଅନୁମାନ କରିଛି ପାଣିପାଗ ବିଭାଗ ।
ଏହା ବ୍ୟତୀତ ମହାରାଷ୍ଟ୍ରର ଲୋକଙ୍କୁ ମଧ୍ୟ ହିଟ୍ ୱେଭ୍ରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । 27 ରୁ 29 ଏପ୍ରିଲ ପର୍ଯ୍ୟନ୍ତ ଥାନେ, ରାଇଗର ଏବଂ ମୁମ୍ବାଇର ଅନେକ ସ୍ଥାନରେ ଅସହ୍ୟ ଗରମ ନେଇ ସତର୍କ ସୂଚନା ଜାରି କରାଯାଇଛି । 27 ଏବଂ 28 ରେ ତାପମାତ୍ରା ଯଥେଷ୍ଟ ଅଧିକ ରହିପାରେ । ଆସନ୍ତା ପାଞ୍ଚ ଦିନ ପାଇଁ ଦେଶର ଅନେକ ସ୍ଥାନକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ ।












Click it and Unblock the Notifications