ଉତ୍ତର ଭାରତରେ ହିଟ ୱେଭ ଜାରି, 49 ଡିଗ୍ରୀ ଟପିଲା ତାପମାତ୍ରା
ଗ୍ରୀଷ୍ମ ତାପରେ ଜଳୁଛି ସାରା ଉତ୍ତର ଭାରତ । ଜାରି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ। ପାଣିପାଗ ବିଭାଗ କେରଳରେ ପ୍ରବଳ ବର୍ଷା ଓ 5ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ।
ନୂଆଦିଲ୍ଲୀ: ଗ୍ରୀଷ୍ମ ତାପରେ ଜଳୁଛି ସାରା ଉତ୍ତର ଭାରତ । ଜାରି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ। ପାଣିପାଗ ବିଭାଗ କେରଳରେ ପ୍ରବଳ ବର୍ଷା ଓ 5ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି । ରବିବାର ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ 49 ଡିଗ୍ରୀ ପାର୍ ହୋଇଛି ତାପମାତ୍ରା । ଆଗକୁ ତାତି ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି ।

ସୂଚନା ମୁତାବକ, ଦିଲ୍ଲୀର ସଫଦରଗଞ୍ଜରେ ତାପମାତ୍ରା 45.6 ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତବର୍ଷ ଏହା ସବୁଠାରୁ ସର୍ବାଧିକ ତାପମାତ୍ରା। ସଫଦରଗଞ୍ଜର ତାପମାତ୍ରାକୁ ଦିଲ୍ଲୀ ତାପମାତ୍ରାର ମାନଙ୍କ ବିଚାର କରାଯାଏ । ମେ 31, 1994 ରେ ତାପମାତ୍ରା 48.8 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।
ରାଜସ୍ଥାନର ଚରୁ ଏବଂ ପିଲାନି ସର୍ବାଧିକ ତାପମାତ୍ରା ଯଥାକ୍ରମେ 47.9 ଏବଂ 47.7 ଡିଗ୍ରୀ ସେଲସିୟସ୍ ରହିଥିଲା । ଏହାସହ ଶ୍ରୀଗଙ୍ଗାନଗର ଏବଂ ନର୍ନାଉଲ୍ (47.5), ଖଜୁରାହୋ ଏବଂ ନୋଗଙ୍ଗ (47.4) ଏବଂ ହିସାର (47.2) ତାପମାତ୍ରା ରେକର୍ଡ କରାଯାଇଥିଲା ବୋଲି ଆଇଏମଡି କହିଛି। ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଜାମ୍ମୁ, କାଶ୍ମୀର, ଲଦାଖ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ବିହାରର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ସାଧାରଣ ତାପମାତ୍ରା ଠାରୁ 5 ଡିଗ୍ରୀ ଅଧିକ ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ପଶ୍ଚିମ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ଆସନ୍ତା ଦୁଇ ଦିନ ପାଇଁ ହିଟଓ୍ବେଭ ସତର୍କତା ଜାରି କରାଯାଇଛି । ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉତ୍ତର ଓ ଉତ୍ତର ପଶ୍ଚିମ ଭାରତର ଅନେକ ସ୍ଥାନରେ ତାପମାତ୍ରା 47 ଡିଗ୍ରୀ ଉପରେ ରହୁଛି । ପାଣିପାଗ ବିଭାଗ ଅନୁଯାୟୀ, ଗରମ ଓ ଝାଞ୍ଜି ପବନ ପାଇଁ ଦିଲ୍ଲୀରେ ଗ୍ରୀଷ୍ମ ପ୍ରଭାବ ଦେଖାଦେଇଛି । ଅପରପକ୍ଷେ ଦୁଇଦିନରେ ମହାରାଷ୍ଟ୍ରର ଦକ୍ଷିଣ ଭାଗରେ ବିଭିନ୍ନ ଅଞ୍ଚଳରେ ଅଧିକ ତାପମାତ୍ରା 4 ଡିଗ୍ରୀ ସେଲସିୟସ ବଢ଼ିପାରେ ।












Click it and Unblock the Notifications