ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଲାଣି 98 ଜୀବନ, ଡାକ୍ତରଖାନାରେ 400 ଲୋକେ ଭର୍ତ୍ତି
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବଲିୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ 3 ଦିନ ମଧ୍ୟରେ ଅତିକମରେ 54 ଜଣଙ୍କର ମୃତ୍ୟୁ ହେଇଥିବା ବେଳେ 400 ଅସୁସ୍ଥଙ୍କର ଚିକିତ୍ସା ଚାଲିଛି । ସେହିପରି ଉତ୍ତରପ୍ରଦେଶ ବ୍ୟତୀତ ବିହାରରେ ଗତ 24 ଘଣ୍ଟା ମଧ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ତାଣ୍ଡବରେ 44 ଜଣ ମଧ୍ୟ ପ୍ରାଣ ହରାଇଛନ୍ତି ।
ଡାକ୍ତରଙ୍କ କହିବା ଅନୁଯାୟୀ, ବିଭିନ୍ନ କାରଣରୁ ଏମାନଙ୍କର ମୃତ୍ୟୁ ଘଟିଥିଲେ ହେଁ ମାତ୍ରାଧିକ ଖରା ଓ ଗରମ ଏହାର ଏକ କାରଣ । ତେବେ ମୃତ୍ୟୁର ସଠିକ କାରଣ କ'ଣ ଜାଣିବାକୁ ଏକ ଡାକ୍ତରୀ ଟିମ୍ ବଲିୟା ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନାଥାଉ କି, ଉତ୍ତରପ୍ରଦେଶରେ ଅଧିକାଂଶ ସ୍ଥାନରେ ତାପମାତ୍ରା 40ଡିଗ୍ରୀ ଉପରେ ରହିଛି । ଗତ ତିନି ଦିନ ଧରି ଜ୍ୱର, ଶ୍ୱାସକ୍ରିୟା ଜନିତ ସମସ୍ୟାକୁ ନେଇ ଅନେକ ରୋଗୀ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରୁ 54 ଜଣଙ୍କର ମୃତ୍ୟୁ ହୋଇଯାଇଛି । ଜୁନ 15 ତାରିଖରେ 23 ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବାବେଳେ 16ରେ 20 ଏବଂ 17 ତାରିଖରେ 11 ଜଣଙ୍କର ମୃତ୍ୟୁ ଘଟିଛି ।
ଆଜମଗଡ ସର୍କଲର ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିପି ତିୱାରୀ କହିଛନ୍ତି, ଲକ୍ଷ୍ନୌର ଏକ ଡାକ୍ତରୀ ଟିମ ଆସୁଛନ୍ତି । କେଉଁ କାରଣରୁ ଏତେ ସଂଖ୍ୟକ ରୋଗୀଙ୍କର ମୃତ୍ୟୁ ଘଟୁଛି ସେମାନେ ଘଟଣାର ତଦନ୍ତ କରିବେ । ଯେତେବେଳେ ଗରମ ବା ଥଣ୍ଡା ବଢିଯାଏ ସେତେବେଳେ ଡାଇବେଟିକ, ବ୍ଲଡ ପ୍ରେସର ରୋଗୀ, ଶ୍ୱାସଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ବିପଦ ବଢି ଯାଇଥାଏ । ତେଣୁ ତାପମାତ୍ରା ବୃଦ୍ଧି ଯୋଗୁ ଏମାନଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ଡାକ୍ତର ତିୱାରୀ ଅନୁମାନ କରିଛନ୍ତି ।
ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶା, ବିଦର୍ଭ, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଆଦି ରାଜ୍ୟକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି । ଏଥି ସହିତ ବିହାରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଟନା ଜିଲ୍ଲା ପ୍ରଶାସନ ବିଦ୍ୟାଳୟଗୁଡ଼ିକର ଗ୍ରୀଷ୍ମ ଛୁଟିକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ 24 ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିଛି । ସେହିପରି ବିହାର ବ୍ୟତୀତ ଅନେକ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଖରା ଛୁଟି ବଢିଛି । ଝାଡଖଣ୍ଡ ସରକାର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖରାଛୁଟିକୁ ଗତ 17 ତାରିଖ ଯାଏଁ ବୃଦ୍ଧି କରିଥିଲେ । ଏହା ବ୍ୟତୀତ ଛତିଶଗଡ, ଗୋଆ, ଆନ୍ଧ୍ରପ୍ରଦେଶ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ଘୋଷଣା କରିଛି । ସେହିପରି ଓଡି଼ଶା ସରକାର ମଧ୍ୟ ଖରଛୁଟିକୁ ଆସନ୍ତା 21 ଜୁନ୍ ଯାଏଁ ବୃଦ୍ଧି କରିଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications