Heart Attack: : ଶୀତଦିନେ କାହିଁକି ଅଧିକ ହାର୍ଟ ଆଟାକ୍? କାରଣ ଓ ପ୍ରତିକାର ?
Heart Attack In Winter: ଶୀତର ଆଗମନରେ ଯେତେବେଳେ ବାୟୁମଣ୍ଡଳର ତାପମାତ୍ରା କମିଯାଏ, ସେତେବେଳେ ସେହି ପରିବର୍ତ୍ତନ ଆମର ହୃତ୍ପିଣ୍ଡ ଏବଂ ରକ୍ତସଞ୍ଚାଳନ ନଳୀଗୁଡ଼ିକ ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ ।
ଥଣ୍ଡା ଋତୁରେ ହାର୍ଟ ଆଟାକର ବିପଦ ଅଧିକ ରହିଥାଏ। କାରଣ ଥଣ୍ଡାରେ ଧମନୀ ସଂକୀର୍ଣ୍ଣ ହୋଇଯାଏ, ଯାହା ପାଇଁ ବ୍ଲଡ ପ୍ରେସର ବଢିଯାଏ ଏବଂ ହୃଦୟ ଉପରେ ପ୍ରେସର ପଡିଥାଏ । ଏହା ବ୍ୟତୀତ ଶୀତଦିନେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ଥାଏ, ଯାହା ପାଇଁ ନିଶ୍ୱାସ ଜରିଆରେ ପ୍ରଦୂଷଣର କଣିକା ନିଶ୍ୱାସରେ ବାଧା ସୃଷ୍ଟି କରିଥାଏ । ଏହି କାରଣ ପାଇଁ ହାର୍ଟ ଆଟାକର ବିପଦ ବଢିଯାଏ ।

ଦେଖାଯାଏ, ଆମ ଚର୍ମ ଓ ଚର୍ମ ତଳର ରକ୍ତଜାଲିକାଗୁଡ଼ିକ ଯେତେ କମ୍ ତାପମାତ୍ରାର ସଂସ୍ପର୍ଶରେ ଆସେ, ସେତେ ଏଗୁଡ଼ିକ ସଙ୍କୁଚିତ ହୋଇଯାଏ। ରକ୍ତଜାଲିକା ଆମର ଧମନୀ ଓ ଶିରାର ଅଂଶବିଶେଷ । ଧମନୀ ବିଶୁଦ୍ଧ ରକ୍ତକୁ ହୃତ୍ପିଣ୍ଡରୁ ଶିରାକୁ ବହନ କରିନିଏ ଏବଂ ଶିରା ସମଗ୍ର ଶରୀରରୁ ଅଶୁଦ୍ଧ ରକ୍ତକୁ ହୃତ୍ପିଣ୍ଡକୁ ଫେରେଇଆଣେ। ଶୀତର ପ୍ରଭାବରେ ଆମ ଶରୀରରେ ବିଭିନ୍ନ ଧମନୀ ସଙ୍କୁଚିତ ହୋଇଯାଏ।
ଫଳରେ ଶରୀରରେ ବଢ଼ିଯାଏ ରକ୍ତଚାପ। ଏହି ସମୟରେ ଅନେକ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ଭୋଗୁଥିବା ରୋଗୀଙ୍କ ରକ୍ତଚାପ ବଢ଼ିଯାଉଥିବାର ପରିଲକ୍ଷିତ ହୁଏ। ଏହାର ପରିଣାମରେ ହୃତ୍ପିଣ୍ଡ ଉପରେ ଚାପ ବଢ଼ିଯାଏ। କାରଣ ହୃଦ୍ରୋଗୀଙ୍କ ହୃତ୍ପିଣ୍ଡକୁ ଅନେକ ବେଶୀ ବାଧାର ବିରୋଧରେ ରକ୍ତକୁ ପମ୍ପ କରିବା ପାଇଁ ପଡ଼େ। ଫଳରେ ଅନେକ ବଢ଼ିଯାଏ ହୃତ୍ପେଶୀର ଅକ୍ସିଜେନ୍ ଚାହିଦା। ଶୀତକାଳରେ ବ୍ଲଡ୍ ପ୍ରେସର୍ ରୋଗୀମାନଙ୍କ ପ୍ରେସର୍ ବଢ଼ିଯିବା ସଙ୍ଗେସଙ୍ଗେ ଔଷଧର ମାତ୍ରା ମଧ୍ୟ ବୃଦ୍ଧିପାଏ।
ହୃଦ୍ପେଶୀର ଏହି ବର୍ଦ୍ଧିତ ଅକ୍ସିଜେନ୍ର ଚାହିଦା ପୂରଣ କରିବା ନିମନ୍ତେ କରୋନାରୀ ବା ହୃଦ୍ଧମନୀ ଭିତରେ ରକ୍ତ ସଞ୍ଚାଳନର ଚାହିଦା ମଧ୍ୟ ବଢ଼ିଯାଏ। ତେଣୁ ଯେଉଁସବୁ ରୋଗୀଙ୍କ ହୃଦ୍ରୋଗ ଅଛି, ଅର୍ଥାତ୍ କରୋନାରୀ ଧମନୀରେ ବ୍ଲକ୍ ବା ଅବରୋଧ ଅଛି, ସେମାନଙ୍କଠାରେ ହାର୍ଟ ଆଟାକ୍ ହେବାର ପ୍ରବଣତା ଅନେକ ବୃଦ୍ଧି ପାଇଯାଏ।
ଦେଖାଯାଇଛି, ଶୀତଋତୁରେ ରାତିରେ ବା ଭୋରବେଳା, ଯେତେବେଳେ ବାୟୁମଣ୍ଡଳର ତାପମାତ୍ରା ସବୁଠାରୁ କମ୍ ହୋଇଯାଏ, ସେତେବେଳେ ହିଁ ହାର୍ଟ ଆଟାକ୍ ହେବାର ପ୍ରବଣତା ସବୁଠାରୁ ବେଶୀ। ଏହା ବ୍ୟତୀତ ଦେଖାଯାଇଛି, ରାତିରେ ବା ଭୋରବେଳାରେ ଆମଠାରେ ରକ୍ତର ଘନତ୍ବ ବେଶୀ ବଢ଼ିଯାଏ। ଯାହା ଫଳରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ବଢ଼ିଯିବା ସ୍ବାଭାବିକ।
ଲୋକେ ଶୀତଦିନେ କମ ଶାରୀରିକ କାର୍ଯ୍ୟ କରିଥାଆନ୍ତି, ଅର୍ଥାତ ଚଲାବୁଲା, ଏକ୍ସରସାଇଜ ଏବଂ ଯୋଗ । ଏଥିସହ ଅଧିକ ତୈଳ ଜାତୀୟ ଖାଦ୍ୟ ଏବଂ କ୍ୟାଲୋରୀ ଫୁଡ ଖାଇଥାଆନ୍ତି, ଏଥିସହ ଖରାର ଅଭାବରୁ ଶରୀରରେ ଭିଟାମିନ-ଡି କମିଯାଇଥାଏ ।
ଶୀତଦିନେ ଫ୍ଲୁ ଭଳି ନିଶ୍ୱାସ ସହ ଜଡିତ ସଂକ୍ରମଣ ବଢିଯାଇଥାଏ । ଯେଉଁଥିପାଇଁ ଭେସଲ୍ସରେ ଠିକ୍ ଭାବେ ସଂଚାଳନ ହୋଇନଥାଏ । ଯଦି ଆପଣଙ୍କ ଥାଇରଏଡ୍ ସାମାନ୍ୟ ଭାବହେ କାମ କରେ ନାହିଁ, ତେବେ ହୃଦୟକୁ ଅଧିକ କାର୍ଯ୍ୟ କରିବାକୁ ପଡିଥାଏ ।
ନିଜ ଖାଦ୍ୟରେ ହୃଦୟ ପାଇଁ ଭଲ ଅଳସୀ, ରସୁଣ, ଡାଲଚିନି ଏବଂ ହଳଦୀ ବ୍ୟବହାର କରନ୍ତୁ । ଏହା ବ୍ୟତୀତ ଧୁମ୍ରପାନ ଏବଂ ମଦ ଠାରୁ ଦୂରେଇ ରୁହନ୍ତୁ । ଏଥିସହ ପ୍ରତିଦିନ ୩୦ ରୁ ୪୫ ମିନିଟ ପର୍ଯ୍ୟନ୍ତ ବାୟାମ କରନ୍ତୁ । ବ୍ଲଡ ପ୍ରେସରକୁ କମ୍ କରନ୍ତୁ ।












Click it and Unblock the Notifications