ଆଜି ବହୁଚର୍ଚ୍ଚିତ ‘ଉନ୍ନାଓ’ ଦୁଷ୍କର୍ମ ମାମଲାର ଶୁଣାଣି, ମୁଖ୍ୟ ଅଭିଯୁକ୍ତ କୁଲଦୀପ ସେନଗରଙ୍କୁ ମିଳିଛି ଜାମିନ
ତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହି ବଳାତ୍କାର ମାମଲାର ଦୋଷୀ କୁଳଦୀପ ସେନଗରଙ୍କ ଜାମିନକୁ ଚାଲେଞ୍ଜ କରି ଦାୟର ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜେକେ ମାହେଶ୍ବରୀ ଓ ବିଚାରପତି ଅଗଷ୍ଟାଇନ୍ ଜର୍ଜ ମସିହଙ୍କୁ ନେଇ ଗଠିତ ପୀଠ ପିଟିସନ ଉପରେ ଶୁଣାଣି କରିବେ। ବିଜେପିର ପୂର୍ବତନ ବିଧାୟକ ସେନଗରଙ୍କୁ ଦିଲ୍ଲୀ ହାଇକୋର୍ଟ ବଳାତ୍କାର ମାମଲାରେ ଜାମିନ ଦେବା ସହିତ ତାଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି।

ସେନଗରଙ୍କୁ ମିଳିଥିବା ଜାମିନକୁ ବିରୋଧ କରି ସିବିଆଇ ଓ ଅନ୍ୟ ଦୁଇଜଣ ଓକିଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି। ୨୦୧୭ରେ ହୋଇଥିବା ଉନ୍ନାଓ ବଳାତ୍କାର ମାମଲାରେ ନିମ୍ନ ଅଦାଲତ ସେନଗରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ସେନଗରଙ୍କ ଜାମିନ ବିରୋଧରେ ଶୁଣାଣି ପୂର୍ବରୁ ବଳାତ୍କାର ଘଟଣାର ପୀଡିତା ସୁପ୍ରିମକୋର୍ଟଙ୍କ ଉପରେ ନିଜର ଦୃଢ ବିଶ୍ବାସ ପ୍ରକଟ ପୂର୍ବକ କହିଛନ୍ତି ଯେ ଶୀର୍ଷ ଅଦାଲତ ତାଙ୍କୁ ନିଶ୍ଚିତ ନ୍ୟାୟ ଦେବେ।












Click it and Unblock the Notifications