ପଞ୍ଜାବ ସରକାରଙ୍କ ବଡ ଘୋଷଣା, ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା
ପଞ୍ଜାବର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର ବାର୍ଷିକ କ୍ୟାସ୍ଲେସ୍ ସ୍ୱାସ୍ଥ୍ୟ ବୀମାର ଲାଭ ମିଳିବ । ଏହାସହ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହୋଇଛି, ଯେଉଁଠାରେ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ । ଏହି ଯୋଜନାର ଘୋଷଣା ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଓ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍ କରିଛନ୍ତି ।

ଏହି ଯୋଜନା ଅନୁଯାୟୀ ଲୋକେ ଏବେ ସରକାରୀ ଓ ଘରୋଇ ଉଭୟ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରାଇପାରିବେ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଅରବିନ୍ଦ କେଜ୍ରିୱାଲ୍ ଯୋଜନାର ଘୋଷଣା କରି କହିଛନ୍ତି, ଏଥିରେ ପଞ୍ଜାବର ୬୫ ଲକ୍ଷ ପରିବାରଙ୍କୁ ସିଧାସଳଖ ଲାଭ ମିଳିବ । ଏହି କ୍ୟାସ୍ଲେସ୍ ସ୍ୱାସ୍ଥ୍ୟ ବୀମା ଦ୍ବାରା ପଞ୍ଜାବ ବାସିନ୍ଦା ସରକାରୀ ଓ ଘରୋଇ ଉଭୟ ହସ୍ପିଟାଲରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା କରାଇ ପାରିବେ । ସେହିପରି ଏହି ବୀମା ସରକାରୀ କର୍ମଚାରୀ, ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ମଧ୍ୟ ୧୦୦ ପ୍ରତିଶତ ଲାଭ ମିଳିବ ।












Click it and Unblock the Notifications