ଲକ୍ଷଣ ନଥିଲେ ଟେଷ୍ଟ କରନାହିଁ, ପଜିଟିଭ୍ ହେଲେ ୭ ଦିନ ହୋମ ଆଇସୋଲେସନ
କରୋନା ପଜିଟିଭ୍ ଚିହ୍ନଟ ହେଲେ ୭ ଦିନ ହୋମ ଆଇସୋଲେସନରେ ରହିବେ ସଂକ୍ରମିତ । ସେହିପରି କୌଣସି ଲକ୍ଷଣ ଯଦି ଦେଖା ଯାଉନାହିଁ, ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମାର୍ଗଦର୍ଶିକା କୁହାଯାଇଛି ।
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି ହୋଇଛି । କରୋନା ପଜିଟିଭ୍ ଚିହ୍ନଟ ହେଲେ ୭ ଦିନ ହୋମ ଆଇସୋଲେସନରେ ରହିବେ ସଂକ୍ରମିତ । ସେହିପରି କୌଣସି ଲକ୍ଷଣ ଯଦି ଦେଖା ଯାଉନାହିଁ, ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମାର୍ଗଦର୍ଶିକା କୁହାଯାଇଛି ।

ସେହିପରି ୬୦ରୁ ଅଧିକ କିମ୍ବା ଏକାଧିକ ରୋଗରେ ପୀଡିତଙ୍କ ପାଇଁ ସର୍ତ୍ତମୂଳକ ହୋମ୍ ଆଇସୋଲେସନରେ ରହିପାରିବେ । ଟେଷ୍ଟ ପଜିଟିଭ୍ ଆସିବାର ୭ ଦିନ ପର୍ଯ୍ୟନ୍ତ ହୋମ୍ ଆଇସୋଲେସନରେ ରହି ପାରିବେ । ୭ ଦିନରେ ଲଗାତାର ୩ ଦିନ ଜ୍ଵର ନଆସିଲେ ହୋମଆଇସୋଲେସନ ଅବଧି ସରିବ । ଏଥିସହ ଟେଷ୍ଟ କରିବା ଆବଶ୍ୟକ ନାହିଁ ।
କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆଗୁଆ ପ୍ରସ୍ତୁତ ଆରମ୍ଭ କରିଛନ୍ତି ସରକାର । ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବା ସହ ଏବେ ଘରୋଇ ସଙ୍ଗରୋଧ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ସଂକ୍ରମଣ କମ କରିବା ପାଇଁ ହସ୍ପିଟାଲଠୁ କିପରି ଲୋକମାନେ ଦୂରେଇ ରହିବେ ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ଓମିକ୍ରନ ଡେଲ୍ଟା ତୂଳନାରେ ସେତେଟା ପ୍ରଭାବଶାଳୀ ନଥିବା ବିଶେଷଜ୍ଞ କହିଛନ୍ତି । ତେଣୁ ସମ୍ଭାବ୍ୟ ତୃତୀୟ ଲହରରେ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଲେ ମଧ୍ୟ ଅଧିକାଂଶ ଆକ୍ରାନ୍ତଙ୍କୁ ହସ୍ପିଟାଲ ଆସିବାକୁ ପଡୁନାହିଁ । ଏଭଳି ସ୍ଥିତିରେ ସୁରକ୍ଷିତ ରହିବା ପାଇଁ ମାସ୍କ ପରିଧାନ ଅତ୍ୟନ୍ତ ଆବଶ୍ୟକତା ରହିଛି ।












Click it and Unblock the Notifications