ରାହୁଲ ଗାନ୍ଧୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି ! ନିୟମ ମାନନ୍ତୁ ନଚେତ୍ ଯାତ୍ରା ବାତିଲ କରନ୍ତୁ
'ଭାରତ ଯୋଡା ଯାତ୍ରା' ମାଧ୍ୟମରେ ବ୍ୟାପୁଛି କି କରୋନା ! ନିୟମ ମାନନ୍ତୁ ନଚେତ୍ ଯାତ୍ରା ବାତିଲ କରନ୍ତୁ: ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଚୀନ୍ ସମେତ ବିଶ୍ୱର ଅନେକ ଦେଶରେ ପୁଣି କରୋନା ନିଜ କାୟା ବିସ୍ତାର କରିବା ଆରମ୍ଭ କଲାଣି । ଚୀନ୍ର ପରିସ୍ଥିତିକୁ ଦେଖି ଭାରତ ସରକାର ଆଗୁଆ ସତର୍କ ହୋଇଯାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଆଜି କରୋନା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏ ପରିସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ 'ଭାରତ ଯୋଡୋ ଯାତ୍ରା' ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କୁ ରାହୁଲ ଗାନ୍ଧୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଏକ ଚିଠି ଲେଖି ଭରତ ଯୋଡୋ ଯାତ୍ରାରେ କୋଭିଡ୍ ପ୍ରୋଟୋକଲ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏହି ଚିଠିରେ ସେ ଲେଖିଛନ୍ତି ଯେ ଯଦି ଏହା ସମ୍ଭବ ନୁହେଁ ତେବେ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏହି ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯିବା ଉଚିତ୍।

ଏହି ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ 'ଭାରତ ଯୋଡୋ ଯାତ୍ରା' ମାଧ୍ୟମରେ କରୋନା ବିସ୍ତାର ହେବାର ବିପଦକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି, "କରୋନା ମହାମାରୀ ଏକ ସାଧାରଣ ଜରୁରୀକାଳୀନ ପରିସ୍ଥିତି ହୋଇଥିବାରୁ ଦେଶର ସ୍ୱାର୍ଥ ଦୃଷ୍ଟିରୁ 'ଭାରତ ଯୋଡୋ ଯାତ୍ରା'କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇପାରେ । ରାଜସ୍ଥାନରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ କୋଭିଡ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରାଯିବା ଉଚିତ। ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି ।'
ଦେଶର ସ୍ୱାର୍ଥରେ ଯାତ୍ରା ସ୍ଥଗିତ ରଖିବାକୁ ନିବେଦନ
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏହି ଯାତ୍ରା ସ୍ଥଗିତ ରଖିବାକୁ ରାହୁଲ ଗାନ୍ଧୀଙ୍କୁ ନିବେଦନ କରିଛନ୍ତି । ସେ ଲେଖିଛନ୍ତି ଯେ, "ଯଦି କୋଭିଡ ପ୍ରୋଟୋକଲ ଅନୁସରଣ କରିବା ସମ୍ଭବ ନୁହେଁ, ତେବେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ କୋଭିଡ ମହାମାରୀରୁ ଦେଶକୁ ରକ୍ଷା କରିବା ପାଇଁ 'ଭାରତ ଯୋଡୋ ଯାତ୍ରା' କୁ ସ୍ଥଗିତ ରଖିବାକୁ ଅନୁରୋଧ କରାଯାଉଛି '।
ମୋଦୀ ସରକାରଙ୍କୁ ଟାର୍ଗେଟ୍ କଲା କଂଗ୍ରେସ
ସେପଟେ କଂଗ୍ରେସ ନେତା ଅଧିର ରଞ୍ଜନ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ ଦାବି କରିଛନ୍ତି ଯେ 'ଭାରତ ଯୋଡୋ ଯାତ୍ରାକୁ' ଭୟ କରି ବିଜେପି ଏପରି ନିଷ୍ପତ୍ତି ନେଉଛି । ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଜେପି ବିଭିନ୍ନ ପ୍ରଶ୍ନ ଉଠାଉଛି । ଏହା ସହ ସେ ସିଧାସଳଖ ପ୍ରଶ୍ନ କରିଛନ୍ତି ଯେ, ଗୁଜରାଟ ନିର୍ବାଚନରେ ବେଳେ ପିଏମ ମୋଦୀ ମାସ୍କ ପିନ୍ଧି ସମସ୍ତ ପ୍ରୋଟୋକଲ ଅନୁସରଣ କରିଥିଲେ କି?












Click it and Unblock the Notifications