ଶୋଇବା ପୂର୍ବରୁ ଶରୀରର ଏହି ଅଙ୍ଗରେ ଲଗାନ୍ତୁ ସୋରିଷ ତେଲ, ମିଳିବ ଏହି ସବୁ ଫାଇଦା

ଭୁବନେଶ୍ୱର: ମହିଳାମାନେ ଦିନସାରା କାମରେ ବ୍ୟସ୍ତ ରହିଥାନ୍ତି । ତେଣୁ ସେମାନେ ନିଜର ବିଶେଷ ଯତ୍ନ ନେଇପାରନ୍ତି ନାହିଁ । ଏହି କାରଣରୁ, ଅନେକ ମହିଳା ପ୍ରାୟତଃ କ୍ଲାନ୍ତ ଏବଂ ଅସ୍ଥିର ଅନୁଭବ କରିଥାନ୍ତି । ଏକ ସହଜ ଉପାୟ ଦ୍ୱାରା ଆପଣ ଏଥୁରୁ ମୁକ୍ତି ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ଶୋଇବା ପୂର୍ବରୁ କେବଳ ୫ ମିନିଟ୍ ସମୟ ନେବାକୁ ପଡିବ । ଆସନ୍ତୁ ଜାଣିବା ଏହି ବିଷୟରେ... ଏହି ପ୍ରତିକାର ପାଇଁ ଆପଣଙ୍କୁ ସୋରିଷ ତେଲ ଆବଶ୍ୟକ । ଏହି ତେଲରେ ଭିଟାମିନ୍‌, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍‌, ଆଇରନ୍ ଇତ୍ୟାଦି ଔଷଧୀୟ ଗୁଣ ଭରପୂର ରହିଥାଏ ।

ଏଥିରେ ଶରୀରକୁ ମାଲିସ୍ କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ । ମାଂସପେଶୀ ଏବଂ ହାଡ ମଜବୁତ ହୋଇଥାଏ । ବିଶେଷକରି ଶୋଇବା ପୂର୍ବରୁ ପାଦର ତଳ ଏବଂ ନାଭିରେ ସୋରିଷ ତେଲକୁ ମାଲିସ୍ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

Mustard Oil

ପାଦ ତଳେ ମସାଜ୍ କରିବାର ଫାଇଦା : - ଶୋଇବା ପୂର୍ବରୁ ପାଦକୁ ଥଣ୍ଡା କିମ୍ବା ଉଷୁମ ସୋରିଷ ତେଲରେ ୫ ମିନିଟ୍ ପର୍ଯ୍ୟନ୍ତ ମାଲିସ୍ କରନ୍ତୁ । ଏହାଦ୍ୱାରା ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇଥାଏ । ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଦିନର ଥକ୍କା, ଯନ୍ତ୍ରଣା, ଚାପ ଦୂର ହୋଇ ଭଲ ନିଦ ହୋଇଥାଏ -ମାଂସପେଶୀ ଏବଂ ହାଡ ଶକ୍ତିଶାଳୀ ହୋଇଥାଏ । ଏହିପରି, ଗଣ୍ଠି ଏବଂ ଶରୀରର ଅନ୍ୟ ଅଂଶରେ ଯନ୍ତ୍ରଣା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଶୋଇବା ପୂର୍ବରୁ ପାଦର ତଳକୁ ସୋରିଷ ତେଲରେ ମାଲିସ୍ କରିବା ଦ୍ୱାରା ଶରୀରରେ ଗଚ୍ଛିତ ଅତିରିକ୍ତ ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ନାଭିରେ ମସାଜ କରିବାର ଫାଇଦା :

ଶୋଇବା ପୂର୍ବରୁ ସୋରିଷ ତେଲରେ ନାଭିକୁ ମାଲିସ୍ କରନ୍ତୁ । ଏହା ଓଠର ଫାଟିବା ସମସ୍ୟାକୁ ଦୂର କରିଥାଏ ଏବଂ ନରମ ଆଉ ଗୋଲାପୀ ଓଠ ହେବାରେ ସହାର୍ଯ୍ୟ କରିଥାଏ । ଆଉ ଏହା ହଜମକୁ ଉନ୍ନତ କରିଥାଏ ଏବଂ ପେଟ ଯନ୍ତ୍ରଣା ଏବଂ ଆନୁଷଙ୍ଗିକ ସମସ୍ୟାରୁ ମୁକ୍ତି ଦେଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+