ଏହି ଫଳ ଖାଇଲେ ମିଳିଥାଏ ଅଧିକ ଶକ୍ତି
Health Tips: କିୱି ଏପରି ଫଳ ଯାହା ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଉଭୟ ସ୍ୱାଦ ଏବଂ ଗୁଣରେ ଏହା ଖୁବ୍ ଲାଭଦାୟକ । ଏହି ଫଳଖାଇବା ଦ୍ୱାରା ହାର୍ଟ ସହ ଜଡିତ ଅନେକ ରୋଗ ଦୂର ହୋଇଥାଏ । ଏପରିକି ଡାଇବେଟିସ୍ ରୋଗୀ ମଧ୍ୟ ଏହି ଫଳ ସେବନ କରିବା ଆବଶ୍ୟକ ।
ସାଧାରଣତଃ କିୱି ବିଦେଶରୁ ଆମଦାନୀ ହୋଇଥାଏ ହେଲେ ଏହାର ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହା ଭାରତରେ ମଧ୍ୟ ଚାଷ କରାଯାଉଛି । ତେବେ ଚାଲନ୍ତୁ ଜାଣିବା କିୱି ଖାଇବାର ଉପକାର ବିଷୟରେ ଏବଂ ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ।
କିୱି ଖାଇବା ଶରୀରକୁ ଶକ୍ତି ଯୋଗାଇଥାଏ । କେବଳ ଏତିକି ନୁହେଁ ରକ୍ତ ସଞ୍ଚାଳନ ବହୁତ ଭଲ ଭାବେ ହୋଇଥାଏ । ଏହା ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ ଏବଂ କିୱି ଖାଇବା ଆଖି ପାଇଁ ବହୁତ ଲାଭଦାୟକ ଅଟେ । ଏହା ଦୃଷ୍ଟିଶକ୍ତିରେ ଉନ୍ନତି ଆସିଥାଏ । କିୱିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଭିଟାମିନ୍ 'A' ପ୍ରଚୁର ପରିମାଣରେ ମିଳିଥାଏ ।

କିୱିରେ ଭିଟାମିନ୍ ଏବଂ ଆଇରନ ପ୍ରଚୁର ପରିମାଣରେ ଥାଏ । ଏହାକୁ ଖାଇବା ଦ୍ୱାରା ଦୁର୍ବଳତା ଦୂର ହୋଇଥାଏ । ଆହୁରି ମଧ୍ୟ, ଯଦି ଜଣେ ବ୍ୟକ୍ତିଙ୍କ ଶରୀରରେ ରକ୍ତ ଅଭାବ ଥାଏ, ତେବେ କିୱି ଖାଇବା ଦ୍ୱାରା ଏହା ରକ୍ତ ମଧ୍ୟ ହୋଇଥାଏ । କିୱି ଏକ ପୁଷ୍ଟିକର ଫଳ, ଏଥିରେ ଭିଟାମିନ୍ ଏ, ବି, ସି, କେ ଏବଂ ଭିଟାମିନ୍ B6 ମଧ୍ୟ ମିଳିଥାଏ । କେବଳ ଏତିକି ନୁହେଁ, ଏଥିରେ ଅନେକ ଫାଇବର, ଜିଙ୍କ, ଫସଫରସ୍ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ମିଳିଥାଏ, ଯାହା ଶରୀରକୁ ମଜବୁତ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । କିୱିରେ ମିଳୁଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀରରେ ମୁକ୍ତ ରେଡିକାଲର ବୃଦ୍ଧିକୁ ରୋକିଥାଏ, ଯାହା ଅନେକ ରୋଗକୁ ଦୂରେଇ କରିଥାଏ ।
ସେହିପରି ରାତିରେ ବା ନିଦ ନ ହେଲେ ମଧ୍ୟ କିୱି ଖାଇବା ଉଚିତ୍ ଏଥିରେ ମିଳୁଥିବା ସେରୋଟୋନିନ୍ ନିଦ ହେବାରେ ସାହାଯ୍ୟ କରିଥାଏ । ସେହିପରି ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ନିୟମିତ ଭାବରେ କିୱି ଖାଇବା ଉଚିତ୍ । କିୱିରେ ବହୁ ପୋଟାସିୟମ୍ ମିଳିଥାଏ ଏବଂ ଏହାର ବ୍ୟବହାର BP କୁ ନିୟନ୍ତ୍ରଣରେ ରଖିଥାଏ ଏବଂ ଷ୍ଟ୍ରୋକ ଏବଂ ହୃଦଘାତ ପରି ଉଚ୍ଚ ରକ୍ତଚାପରୁ ମଧ୍ୟ ମୁକ୍ତି ମିଳିଥାଏ । କିୱିରେ ମିଳୁଥିବା ପୋଟାସିୟମ୍ ସାହାଯ୍ୟରେ ଶରୀରର କିଡନୀ, ହୃଦୟ, କୋଷ ଏବଂ ମାଂସପେଶୀ ସଠିକ୍ ଭାବରେ କାର୍ଯ୍ୟ କରିବାକୁ ଶକ୍ତି ପାଏ ।












Click it and Unblock the Notifications