ଅଁଳାକୁ ଏହିଭଳି ଉପାୟରେ ଖାଆନ୍ତୁ , ମିଳିବ ଏହି ସବୁ ଫାଇଦା
ଭୁବନେଶ୍ୱର: ଅଁଳାକୁ ୱଣ୍ଡର ଫୁଡ ବୋଲି କୁହାଯାଏ । କାରଣ ଏହି ଫଳରେ ଏପରି ଚମତ୍କାରୀ ଗୁଣ ରହିଛି ଯାହା କେବଳ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇନଥାଏ ବରଂ ଅନେକ ରୋଗକୁ ସମୂଳେ ବିନାଶ କରିଥାଏ । ଏଥୁରେ ପ୍ରଚୁର ପରିମାଣର ଭିଟାମିନ୍-ସି ରହିଥାଏ । ଅଁଳା ଏକମାତ୍ର ଏଭଳି ଫଳ ଯାହା ଔଷଧୀୟ ଗୁଣ ପାଇଁ ବେଶ ପ୍ରସିଦ୍ଧ । ଆର୍ୟୁବେଦ ଶାସ୍ତ୍ରରେ ଏହାକୁ ଅମୃତା, ଅମୃତଫଳ, ଆମଲକୀ ଏବଂ ପଞ୍ଚରସା ବୋଲି ବର୍ମ୍ମନା କରାଯାଇଛି ।
ଆର୍ୟୁବେଦର ବୃହତ୍ରୟୀ ଗ୍ରନ୍ଥ- ଶୁଶ୍ରୁତ ସଂହିତା, ଚରକ ସଂହିତା ଏବଂ ଅଷ୍ଟାଙ୍ଗ ହୃଦୟରେ ଅଁଳାର ଔଷଧୀୟ ଗୁଣ ବିଷୟରେ ବିସ୍ତୃତ ବର୍ଣନା କରାଯାଇଛି । ଏହି ସବୁ ଗ୍ରନ୍ଥ ଅନୁସାରେ ଅଁଳା ନିମ୍ନୋକ୍ତ ରୋଗଗୁଡ଼ିର ବିନାଶ କରିଥାଏ । ଅଁଳା ଦ୍ୱାରା ତରଳ ଝାଡ଼ା, ଅମ୍ଳପିତ୍ତ, ରକ୍ତପିତ୍ତ, ପୁରୁଷଙ୍କ ଯୌନ ସମ୍ବନ୍ଧୀୟ ରୋଗ, କୋଷ୍ଠକାଠିନ୍ୟ, ଅର୍ଶ ଆଦି ରୋଗରୁ ମୁକ୍ତି ମିଳିଥାଏ । ଏହା ଯୋବନ ସୁରକ୍ଷା ଏବଂ ଆୟୁ ମଧ୍ୟ ବୃଦ୍ଧି କରିଥାଏ । ଅଁଳା ସ୍ମରଣ ଶକ୍ତି ଏବଂ ଶାରିରୀକ ଶକ୍ତି ବଢ଼ାଇଥାଏ ।

ଅଁଳା ପତ୍ରକୁ ସିଝାଇ ପ୍ରସ୍ତୁତ ହୋଇଥିବା ରସକୁ କୁଳି କରିବା ଦ୍ୱାରା ପାଟିରେ ହୋଇଥୁବା ଘା ଏବଂ ଖଣ୍ଡିଆ ଭଲ ହୋଇଥାଏ । ଏହାର ଶୁଖୁଲା ଫଳକୁ ରାତିରେ ଭିଜାଇ ରଖି ସେହି ପାଣିରେ ଆଖୁକୁ ଧୋଇବା ଦ୍ୱାରା ଆଖୁଫୁଲା ଦୂର ହୋଇଥାଏ । ଅଁଳାର ଶୁଖୁଲା ଫଳ ଲୋହଭସ୍ମ ସହ ନେବା ଦ୍ୱାରା ରକ୍ତ ଓ ତରଳ ଝାଡ଼ା, ଅର୍ଶ, ନାଳଝାଡ଼ା, ରକ୍ତପିତ୍ତ ଆଦି ଭଲ ହୋଇଥାଏ । ଏହା ଦ୍ୱାରା ଅଜୀର୍ଣ ଏବଂ କାମଳ ରୋଗରୁ ମଧ୍ୟ ଉପଶମ ମିଳିଥାଏ ।
ତାଜା ଅଁଳା ଫଳ ବା ଏହାର ରସ କିମ୍ବା ରସରୁ ପ୍ରସ୍ତୁତ ସର୍ବତ ପେଟକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ । ମଳବର୍ଦ୍ଧକ, ମୂତ୍ରବର୍ଷକ ଭାବେ କାମ କରିଥାଏ । ଏହା ଅମ୍ଳପିତ୍ତକୁ ମଧ୍ୟ ଦୂର କରିଥାଏ । ଏହା ଆର୍ଥରାଇଟିସ୍ ପାଇଁ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଚ୍ୟବନପ୍ରାଶ ଅଁଳାରୁ ପ୍ରସ୍ତୁତ ହୋଇଥାଏ । ଏହା ଭିନ୍ନ ଭିନ୍ନ ରୋଗ ଯେପରିକି ହୃଦରୋଗ, ବାତରୋଗ, ରକ୍ତ, ମୂ ତ୍ର ତଥା ଧାତୁପତନ, କାଶ ଏବଂ ଶ୍ୱାସରୋଗ ପାଇଁ ଲାଭଦାୟକ ହୋଇଥାଏ ।












Click it and Unblock the Notifications