ହେମନ୍ତ ସରକାରଙ୍କ ଉପରେ ବର୍ଷିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ, କହିଲେ ରାଜ୍ୟରେ ଚରମ ସୀମାରେ ....
ନୂଆଦିଲ୍ଲୀ : ଆଗକୁ ଝାଡ଼ଖଣ୍ଡରେ ବିଧାନସଭା ନର୍ବାଚନ । ବର୍ତ୍ତମାନ ନିର୍ବାଚନ ଲାଗି ପାଗ ଭିଡ଼ିଲାଣି ରାଜନୀତି । ରାଜ୍ୟରେ ହେମନ୍ତ ସରକାର ତାଙ୍କ ଗାଦି ବଞ୍ଚାଇବା ଲାଗି କରୁଛନ୍ତି ଜୋରଦାର ପ୍ରଚାର । ଏଭଳି ରାଜନୈତିକ ମାହୋଲ ମଧ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତଥା ହେମନ୍ତ ସରକାର ଉପରେ ବର୍ଷିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।
ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ ରାଜ୍ୟର ନକ୍ସା ବଦଳି ଯାଇଛି । ରାଜ୍ୟ ବିଜେପି କାର୍ଯ୍ୟକାରୀ କମିଟି ବୈଠକରେ ଶାହା ସମ୍ବୋଧନ କରି କହିଛନ୍ତି, 'ଲ୍ୟାଣ୍ଡ ଜିହାଦ, ଲଭ୍ ଜିହାଦ ପଛରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମ୍ପୃକ୍ତି ରହିଛି । ଶାହ କହିଛନ୍ତି ଯେ ଅନୁପ୍ରବେଶକାରୀମାନେ ଆଦିବାସୀ ଛଳନାରେ ମହିଳାଙ୍କୁ ବିବାହ କରି ପ୍ରମାଣପତ୍ର ହାସଲ କରୁଛନ୍ତି ଏବଂ ଜମି କିଣୁଛନ୍ତି, ଯାହା ଫଳରେ ଝାଡ଼ଖଣ୍ଡରେ ଆଦିବାସୀ ସଂଖ୍ୟା ହ୍ରାସ ପାଇବ ।

ସେ ଆହୁରି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ଝାଡ଼ଖଣ୍ଡରେ ଭାଜପା ସରକାର ଗଠନ କରେ ତେବେ ଆଦିବାସୀ ତଥା ସେମାନଙ୍କ ଜମିର ସୁରକ୍ଷା ପାଇଁ ସେମାନେ ରାଜ୍ୟର ଜନସଂଖ୍ୟା ଉପରେ ଏକ 'ଶ୍ୱେତ ପତ୍ର ପ୍ରକାଶ କରିବେ ବୋଲି ଶାହା କହିଛନ୍ତି












Click it and Unblock the Notifications