ମହଙ୍ଗା ପଡିଲା ଲିଭ - ଇନ- ପାର୍ଟନର ରହିବା, ଯୁବତୀଙ୍କୁ ମାରି ୫୦ ଖଣ୍ଡ କରିଲା ଯୁବକ
ଚିକେନ୍ କାଟିବାରେ ମାହିର ଥିଲେ ଯୁବକ । କାରଣ ଏକ ଚିକେନ କାଉଣ୍ଟରରେ କଂସାଇ କାମ କରୁଥିଲେ। ରାତି ପାହିଲେ ଚିକେନକୁ ଖଣ୍ଡ ଖଣ୍ଡ କରୁଥିଲେ। ଆଉ ଶେଷରେ ନିଜ ଲିଭ-ଇନ୍- ପାର୍ଟନରଙ୍କୁ ବି ହାଣି ଖଣ୍ଡ ଖଣ୍ଡ କରିଦେଲେ। ବିବାହ ପାଇଁ ଜିଦ୍ ଧରିବାରୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରି ପ୍ରାୟ ୫୦ ଖଣ୍ଡ କରିଦେଲେ। ମାତ୍ର ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲେ ଅଭିଯୁକ୍ତ ଓ ଏବେ ପୁଲିସ୍ ତାଙ୍କୁ ବାନ୍ଧିଛି। ଏପରି ଏକ ବୀଭତ୍ସ ଘଟଣା ଝାଡ଼ଖଣ୍ଡର ଖୁଣ୍ଟି ଅଞ୍ଚଳରେ ଘଟିଛି।

ଅଭିଯୁକ୍ତ ଯୁବକଜଣକ ୨୫ ବର୍ଷୀୟ ନରେଶ ଭେଙ୍ଗର ବୋଲି ଜଣାଯାଇଛି। ସେ ତାମିଲନାଡ଼ୁର ଏକ ଚିକେନ୍ କାଉଣ୍ଟରରେ କଂସାଇ ଭାବେ କାମ କରୁଥିଲେ। ସେଠାରେ ସେ ନିଜ ସହରର ଜଣେ ୨୪ ବର୍ଷୀୟା ଯୁବତୀଙ୍କ ସହ ଲିଭ୍-ଇନ୍ରେ ରହୁଥିଲେ।
କିଛି ଦିନ ପୂର୍ବରୁ ସେ ଗାଁକୁ ଫେରିଥିବା ବେଳେ ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହାପରେ ନିଜ ପତ୍ନୀଙ୍କୁ ନ ନେଇ ତାମିଲନାଡ଼ୁ ଚାଲି ଯାଇଥିଲେ। ସେଠାରେ ବିବାହ ସମ୍ପର୍କରେ ସେ ନିଜ ଲିଭ-ଇନ୍- ପାର୍ଟନରଙ୍କୁ କିଛି କହି ନ ଥିଲେ। ସେଠାରେ ପୂର୍ବ ପରି ଉଭୟ ଏକାଠି ରହିଥିଲେ। ଏହା ମଧ୍ୟରେ ଯୁବତୀଜଣକ ବିବାହ ପାଇଁ ଜିଦ୍ ଧରିବାରୁ ନରେଶ ଉକ୍ତ ଯୁବତୀଙ୍କୁ ଧରି ନିଜ ଗାଁ ଅଭିମୁଖେ ବାହାରିଥିଲେ।












Click it and Unblock the Notifications