ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ କରିଛନ୍ତି ତ ? ଜଲଦି କରନ୍ତୁ, ହାତରେ ମାତ୍ର ଦୁଇଦିନ; ନଚେତ୍...
Aadhaar-PAN Link: ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ କରିଛନ୍ତି ତ ? ଯଦି କରି ନାହାନ୍ତି । ତେବେ ଶୀଘ୍ର କରାଇ ନିଅନ୍ତୁ । କାରଣ ହାତରେ ମାତ୍ର ଦୁଇଦିନ । ଜୁନ୍ ୩୦ ତାରିଖ ହେଉଛି ଆଧାର ସହ ପାନ୍ କାର୍ଡ ଲିଙ୍କ୍ କରିବାକ ଡେଡଲାଇନ୍ ।
ଯଦି ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ନିଜର ଆଧାର କାର୍ଡକୁ ପାନ କାର୍ଡ ସହ ଲିଙ୍କ ନକରନ୍ତି ତେବେ, ଅଚଳ ହୋଇପାରେ ପାନ୍ କାର୍ଡ। ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ଥିଲା ଏହାର ସମୟସୀମା। ଏହା ପରିବର୍ତନ ହୋଇ ଜୁନ ୩୦ ହୋଇଛି। ଯାହା ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ଏହି ସମୟସୀମା ମଧ୍ୟରେ ପାନ୍ ସହ ଆଧାର ଲିଙ୍କ କରିପାରିବେ ।

ପାନ୍ କାର୍ଡ ଡିଆକ୍ଟିଭେଟ୍ ହେବା ପରେ ଆପଣ କୌଣସି ପ୍ରକାର ନିବେଶ କରୁଛନ୍ତି, ଯେପରିକି, ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍ ମାର୍କେଟରେ ନିବେଶ କରିପାରିବେ ନାହିଁ । ବର୍ତ୍ତମାନ ସମୟରେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବାଠୁ ନେଇ ଅନ୍ୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପାନ୍ କାର୍ଡ ଏକ ଜରୁରୀ ଦସ୍ତାବିଜ୍ ହୋଇଗଲାଣି । ତେଣୁ ଯଦି ପାନ୍ କାର୍ଡ ଡିଆକ୍ଟିଭେଟ୍ ହୋଇଯାଏ ତେବେ ଅନେକ ସମସ୍ୟାରେ ପଡିପାରନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ନିର୍ଦ୍ଧାରିତ ସମୟ ଭିତରେ ଆଧାର ସହ ପାନ୍ ଲିଙ୍କ ନକରନ୍ତି ତେବେ ପରମୁହୁର୍ତ୍ତରେ ଆପଣଙ୍କୁ ୧୦୦୦ ଟଙ୍କାର ଫାଇନ୍ ଗଣିବାକୁ ପଡିବ । ଯଦି ଆପଣ ଡିଆକ୍ଟିଭେଟ୍ ହୋଇଯାଇଥିବା ପାନକାର୍ଡକୁ ବ୍ୟବହାର କରନ୍ତି ତେବେ ସେ ବାବଦକୁ ମଧ୍ୟ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ । ଏପରି କଲେ ବ୍ୟବହାରକାରୀଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।
ସୂଚନାଥାଉକି, ୨୦୨୨ ମାର୍ଚ୍ଚ ୩୧ ପୂର୍ବରୁ ଆଧାର ସହ ପାନ୍ ଲିଙ୍କ୍ କରିବା ସମ୍ପୂର୍ଣ୍ଣ ମାଗଣା ଥିଲା। ୨୦୨୨ ଏପ୍ରିଲ ୧ ପରଠାରୁ ୨୦୨୨ ଜୁନ୍ ୩୦ ମଧ୍ୟରେ ଯେଉଁମାନେ ଆଧାର ସହ ପାନ୍ ଲିଙ୍କ କରିଛନ୍ତି ସେମାନଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିଲା । ବର୍ତମାନ ତାହା ପରିବର୍ତନ ହୋଇ ୧୦୦୦ ଟଙ୍କାରେ ପହଞ୍ଚିଛି । ତେବେ ଯଦି ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ନିଜର ଆଧାର କାର୍ଡକୁ ପାନ କାର୍ଡ ସହ ଲିଙ୍କ ନକରନ୍ତି ତେବେ, ଅଚଳ ହୋଇପାରେ ପାନ୍ କାର୍ଡ ।












Click it and Unblock the Notifications