'କୁସ୍ତିଯୁଦ୍ଧର ସ୍ଥାନ ନୁହେଁ ସଂସଦ'
ନୂଆଦିଲ୍ଳୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ବିଆର୍ ଆମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଗୁରୁବାର ଦିନ ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ବିଜେପି ସାଂସଦ ଦାବି କରିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଇଥିଲେ। ଫଳରେ ଉକ୍ତ ସାଂସଦ ଜଣକ ବାଲେଶ୍ବରର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦେହରେ ପିଟି ହୋଇଯିବାରୁ ତଳେ ପଡ଼ି ନନାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଛି।
ରାହୁଲ ଗାନ୍ଧୀ ବିଜେପିର ଦୁଇ ଏମ୍ପିଙ୍କୁ ଠେଲି ଦେଇଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ତେବେ କଂଗ୍ରେସ ଭାଜପାର ଅଭିଯୋଗକୁ ଭୁଲ୍ ବୋଲି କହିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କଂଗ୍ରେସ ନେତା ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କୁସ୍ତି ଏବଂ ସ୍ମାର୍ଟସିଟି ଦେଖାଇବା ପାଇଁ ସଂସଦ ଏକ ପ୍ଲାଟ୍ଫର୍ମ ନୁହେଁ। ସେ କହିଛନ୍ତି, 'ରାହୁଲ ଶାରୀରିକ ଶକ୍ତି ପ୍ରଦର୍ଶନ କରିଥିଲେ। ରାହୁଲ ଆମର ଦୁଇ ଏମ୍ପଙ୍କୁ ଠେଲି ଦେଇଥିଲେ। ଯଦି ଆମର ଏମ୍ପିମାନେ ମଧ୍ୟ ହାତ ଉଠାଇଥାନ୍ତେ ତେବେ କ'ଣ ହୋଇଥାନ୍ତା। ରାହୁଲ ଦୁଇ ଭାଜପା ଏମ୍ପି ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ଠେଲାପେଲା କରିଥିବା ଗୁରୁତର ଅଭିଯୋଗ ହୋଇଛି।
କିରନ କହିଛନ୍ତି, ଏମ୍ପିମାନେ ନିଜ ନିଜ ମତ ପାଇଁ ସଂସଦ କମ୍ପ୍ଲେକ୍ସରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କଂଗ୍ରେସ ଏବଂ ଇଣ୍ଡିଆ ମିଳିତ ମେଣ୍ଟର ଲୋକମାନେ ପ୍ରତିଦିନ ବିରୋଧ କରୁଛନ୍ତି। ଆଜି ଏନ୍ଡିଏ ଏମ୍ପିମାନେ ଏହାକୁ ବିରୋଧ କରିଛନ୍ତି। କାରଣ କଂଗ୍ରେସ ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସ୍ବାଧୀନତାର ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଅପମାନର ପ୍ରକ୍ରିୟା ଜାରି ରଖିଥିଲେ ଏବଂ ପରେ ସଂସଦ ଭିତରେ ଓ ବାହାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭିଡିଓକୁ କାଟି ମିଥ୍ୟା ପ୍ରଚାର କରିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, 'କେଉଁ ଆଇନ ରାହୁଲଙ୍କୁ ଅନ୍ୟ ଏମ୍ପିଙ୍କୁ ଧକ୍କା ଦେବା ଏବଂ ଆଘାତ ଦେବା ପାଇଁ କ୍ଷମତା ଦେଇଛି? ଯଦି ସମସ୍ତେ ନିଜର ଶକ୍ତି ପ୍ରଦର୍ଶନ କରି ଯୁଦ୍ଧ ଆରମ୍ଭ କରନ୍ତି, ତେବେ ସଂସଦ କିପରି କାର୍ଯ୍ୟ କରିବ? ସେ ଲୋକ ସଭାରେ ବିରୋଧୀ ଦଳର ନେତା। ଆମ ଏମ୍ପିମାନଙ୍କୁ ଠେଲି ଦେବେ? ଆମର ନେତାମାନେ ତାଙ୍କ ପ୍ରତି ସଂଯମତା ଦେଖାଇଛନ୍ତି। ବିଜେପି-ଏନ୍ଡିଏର କୌଣସି ଏମ୍ପି ତାଙ୍କୁ ଧକ୍କା ମୁଥ ମାରିନାହାନ୍ତି। ସେମାନେ ଗଣତନ୍ତ୍ରର କଥା ରଖିଛନ୍ତି। ସଂସଦରେ କହିବାର ସମସ୍ତଙ୍କର ଅଧିକାର ଅଛି। ଯେଉଁଟାକୁ ଆମ ନେତାମାନେ ମାନିଛନ୍ତି।












Click it and Unblock the Notifications