Get Updates
Get notified of breaking news, exclusive insights, and must-see stories!

ହାଥରସ ଅଘଟଣ ପରେ ଫେରାର୍ ‘ଭୋଲେ ବାବା', ସତସଙ୍ଗରେ ଦଳାଚକଟାରେ ଯାଇଛି 130ରୁ ଅଧିକ ଜୀବନ

ହାଥରସ ଅଘଟଣ: ଉତ୍ତରପ୍ରଦେଶର ହାଥରସରେ ମଙ୍ଗଲବାର ଘଟିଛି ବଡ଼ଧରଣର ଅଘଟଣ । ହାଥରସ ରତିଭାନପୁରରେ ସତସଙ୍ଗ ସଭାରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ରିପୋର୍ଟ ଅନୁଯାୟୀ, 130 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ମୁଖ୍ୟତଃ ମହିଳା ଏବଂ ଶିଶୁ ଅଛନ୍ତି । ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କୁହାଯାଉଛି ।

bhole baba

ଭୟାବହ ଦଳାଚକଟା ହୋଇଥିବା ଏହି ସତସଙ୍ଗର ଆୟୋଜକ ଥିଲେ ଆତ୍ମଘୋଷିତ ଧର୍ମଗୁରୁ ନାରାୟଣ ସାକାର ହରି ଓରଫ୍ ଭୋଲେ ବାବା। । ଦଳାଚକଟା ଘଟଣା ପରଠାରୁ ଏହି ଧର୍ମଗୁରୁ ଫେରାର ହୋଇଯାଇଛନ୍ତି । ସେ ଏଟା ଜିଲ୍ଲାର ପଟିଆଲି ତହସିଲ ଅଧୀନସ୍ଥ ବାହାଦୁର ଗ୍ରାମ ବାସିନ୍ଦା । ଆଇବି (ଗୁଇନ୍ଦା ବ୍ୟୁରୋ)ର ସେ ଜଣେ ପୂର୍ବତନ କର୍ମଚାରୀ ବୋଲି ଦାବି କରନ୍ତି । ଧର୍ମ ଉପ‌ଦେଶ ଦେବାପାଇଁ ସେ ଗତ 26 ବର୍ଷ ହେବ ତାଙ୍କ ସରକାରୀ ଚାକିରି ଛାଡ଼ି ଦେଇଥି‌ଲେ ।

ଏବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀରେ ତାଙ୍କର ଲକ୍ଷ ଲକ୍ଷ ଭକ୍ତ ଥିବା କୁହାଯାଉଛି । କୌତୁହଳର ବିଷୟ, ଭୋଲେ ବାବାଙ୍କର ସୋସିଆଲ ମିଡିଆରେ କୌଣସି ଉପସ୍ଥିତି ନାହିଁ କି ପ୍ରଚାର ପ୍ରସାର ହୁଏ ନାହିଁ ।

ଏହି ଭୋଲେ ବାବାଙ୍କୁ ଉତ୍ତରପ୍ରଦେଶ ହାଥରସରେ ହୋଇଥିବା ଦଳଚକଟା ମାମଲାରେ ପୁଲିସ ଖୋଜୁଛି । ତାଙ୍କ ଆଶ୍ରମକୁ ଯାଇ ଛାନଭିନ୍‌ ଚଳାଇଛି ପୁଲିସ । ତେବେ ତାଙ୍କର କୌଣସି ପତ୍ତା ମିଳୁନାହିଁ । ସେ ଫେରାର ଥିବା କୁହାଯାଉଛି ।

ଏହି ଅଘଟଣରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହ ମୃତବ୍ୟକ୍ତିଙ୍କ ପରିବାରକୁ 2 ଲକ୍ଷ ଓ ଆହତ ବ୍ୟକ୍ତିଙ୍କ ପରିବାରକୁ 50 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଏହି ଅଘଟଣରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି, "ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଅଘଟଣରେ ଅନେକ ଲୋକଙ୍କ ଦୁଃଖଦ ମୃତ୍ୟୁ ବିଷୟରେ ସୂଚନା ଆସୁଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ସମବେଦନା ଜଣାଉଛି, ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି । ପୀଡିତମାନଙ୍କୁ ପ୍ରତ୍ୟେକ ପ୍ରକାରରେ ସାହାଯ୍ୟ କରାଯିବ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+