ହାଥରସ ଦଳଚକଟା ମାମଲାରେ: SDM ଏବଂ ସିଓଙ୍କ ସମେତ ୬ ଅଧିକାରୀ ନିଲମ୍ବିତ
Hathras Stampede: ହାଥରସ ଦୁର୍ଘଟଣା ସମ୍ପର୍କରେ SIT ରିପୋର୍ଟ ଆସିହା ପରେ ନିଆଗଲା ବଡ଼ ପଦକ୍ଷେପ । SDM ଏବଂ COଙ୍କ ସମେତ 6 ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ହାଥରସ୍ ଦଳାଚକଟା ମାମଲାରେ ଗତ ଶୁକ୍ରବାର ଦିନ ଏସଆଇଟି ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଦାଖଲ କରିଥିଲା। ଏଥିରେ 100 ଜଣଙ୍କ ବିବୃତ୍ତି ରେକର୍ଡ କରାଯାଇଥିବା ନେଇ ସୂଚନା ରହିଥିଲା । ବର୍ତ୍ତମାନ ଏହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ରିପୋର୍ଟ ଆଧାରରେ SDM ଏବଂ CO ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାର ଉଭୟଙ୍କୁ ନିଲମ୍ବିତ କରିଛନ୍ତି।
ଏସଡିଏମ ଏବଂ ସିଓ ସମେତ 6 ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। SIT ରିପୋର୍ଟ ପରେ ଏହି ପଦକ୍ଷେପ ନିଆଯାଇଛି । ଏଡିଜି ଆଗ୍ରା ଏବଂ ଆଲିଗଡ କମିଶନରଙ୍କ ନେତୃତ୍ୱରେ ଏହି ମାମଲାର ତଦନ୍ତ ଚାଲିଛି। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସେ ଏକ କମିଟି ମଧ୍ୟ ଗଠନ କରିଥିଲେ।












Click it and Unblock the Notifications