Get Updates
Get notified of breaking news, exclusive insights, and must-see stories!

ୟୁପି ହାଥରସରେ ବଡ଼ ଅଘଟଣ: ୨୭ ମୃତ

Hathras Stampede: ଉତ୍ତରପ୍ରଦେଶର ହାଥରସରେ ବଡ଼ ଦୁର୍ଘଟଣ । ଏକ ସତସଙ୍ଗରେ ଭାଗ ନେବାକୁ ଆସିଥିବା 27 ଜଣଙ୍କର ମୃତ୍ୟୁ ଘଟିଛି। ମୁଖ୍ୟ ଚିକିତ୍ସା ଅଧିକାରୀ ଏହା ନିଶ୍ଚିତ କରିଛନ୍ତି। ତେବେ ଭଗବାନଙ୍କ ଶିବଙ୍କ ସତସଙ୍ଗରେ ଚାଲୁଥିବା ବେଳେ ହଠାତ୍ ଲୋକଙ୍କ ମଧ୍ୟ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା, ଦଳା ଚକଟାରେ 27 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମୋଟ 19 ମହିଳା ଥିବା ନେଇ ସୂଚନା ରହିଛି ।

Hathras Stampede

ହାଥରସ ଜିଲ୍ଲାର ରତିଭାନପୁରରେ ମଙ୍ଗଳବାର ଦିନ ଏକ ଧାର୍ମିକ କାର୍ଯ୍ୟକ୍ରମରେ ହଠାତ୍ ଦଳାଚକଟା ହେବାରୁ 27 ଜଣଙ୍କ ମୃତ୍ୟୁ ହୋଇଛି ।ମୃତକଙ୍କ ମଧ୍ୟରେ 23 ଜଣ ମହିଳା ଏବଂ 3 ଜଣ ଶିଶୁ ମଧ୍ୟ ଅଛନ୍ତି । ମହିଳା ଓ ଶିଶୁମାନଙ୍କୁ ଏଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ତେବେ ଆହତଙ୍କ ଚିକିତ୍ସା ଜାରି ରହିଛି ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ସେହିପରି ଆହତ ମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେହିପରି ଉଦ୍ଧାର କାର୍ଯ୍ୟ ଶୀଘ୍ର କରିବା ସହ ସମସ୍ତ ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+