ହାଥରସ ଦଳାଚକଟା ଘଟଣା: ୨୪ ଜଣ ଗିରଫ
Hathras Stampede: ଉତ୍ତରପ୍ରଦେଶର ହାଥରସ ଦଳାଚକଟା ଘଟଣାରେ ପୋଲିସ ୨୪ ଜଣଙ୍କୁ ଗିରଫ କରିଛି ଯେଉଁଥିରେ ୨୦ ଜଣ ସେବାୟତ ଥିବା ନେଇ ସୂଚନା ରହିଛି । ସମସ୍ତଙ୍କୁ ପଚରାଉଚରା କରାଯାଉଛି । ଏହା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହି ଘଟଣାର ତଦନ୍ତ ପାଇଁ ୫ଟି ପୋଲିସ ଟିମ୍ ଗଠନ କରାଯାଇଛି। ଏହା ସହିତ ୧୦୦ରୁ ଅଧିକ ଲୋକଙ୍କର CDR ଗୁଡ଼ିକୁ ଯାଞ୍ଚ କରାଯାଉଛି ।

ହାଥରସ ଦୁର୍ଘଟଣାରେ ପୋଲିସ ଇଭେଣ୍ଟର ଆୟୋଜକ ଦେବ ପ୍ରକାଶ ମଧୁରକୁ ମୁଖ୍ୟ ଅଭିଯୁକ୍ତ ବୋଲି ଘୋଷଣା କରିଛି । ନଅଟି ଜିଲ୍ଲାରେ ଅଭିଯୁକ୍ତଙ୍କ ସନ୍ଧାନରେ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଏହି ସମୟରେ ସିଏମ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଅବସରପ୍ରାପ୍ତ ଆହ୍ଲାବାଦ ହାଇକୋର୍ଟର ବିଚାରପତି ବ୍ରିଜେଶ ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଦଳ ଗଠନ କରାଯାଇଛି।












Click it and Unblock the Notifications