For Quick Alerts
Turn On Notification  
For Daily Alerts
Oneindia App Download

ହାଥରସ୍ ଗଣଦୁଷ୍କର୍ମ ମାମଲା : ଆହ୍ଲାବାଦ ହାଇକୋର୍ଟରେ ଆଜି ସିବିଆଇ ଦାଖଲ କରିବ ଷ୍ଟାଟସ୍ ରିପୋର୍ଟ

ବହୁଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବୁଧବାର ସିବିଆଇ ଆହ୍ଲାବଦ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ | ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ | ବିଚାରପତି ପଙ୍କଜ ମିତଲ ଏବଂ ରାଜନ ରୟଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି |

|

ଲକ୍ଷ୍ନୌ : ବହୁଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବୁଧବାର ସିବିଆଇ ଆହ୍ଲାବଦ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ | ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ | ବିଚାରପତି ପଙ୍କଜ ମିତଲ ଏବଂ ରାଜନ ରୟଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି | ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର 25 ତାରିଖକୁ ଧାର୍ଯ୍ୟ କରିଥିଲେ |

Allahabad-High-Court

ପୀଡିତାଙ୍କ ପରିବାର ତରଫରୁ ଓକିଲ ସୀମା କୁଶୱାହା ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ଥାୟୀ ବାସସ୍ଥାନ ଏବଂ ପୀଡ଼ିତାଙ୍କ ଜଣେ ପରିବାର ସଦସ୍ୟଙ୍କ ପାଇଁ ଚାକିରି ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ |

ସୂଚନାଯୋଗ୍ୟ, ସେପ୍ଟେମ୍ବର 14 ରେ ହାଥରାସ ଜିଲ୍ଲାର ଜଣେ 19 ବର୍ଷୀୟ ଦଲିତ ଝିଅକୁ ଠାକୁର ସମ୍ପ୍ରଦାୟର ଚାରିଜଣ ଯୁବକ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା | ପୀଡିତା ଗୋରୁ ଚାରା ସଂଗ୍ରହ କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା | ଏହି ଘଟଣାରେ ପୀଡିତା ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ସେ ସେପ୍ଟେମ୍ବର 29 ରେ ତାଙ୍କର ମୃତ୍ୟୁ ହୋଇଥିଲା | ପରଦିନ ଉତ୍ତରପ୍ରଦେଶ ପୋଲିସ ତାଙ୍କ ମୃତଦେହକୁ ହାଥରାସକୁ ନେଇ ପରିବାରର ବିନା ଅନୁମତିରେ ଶବଦାହ କରିଦେଇଥିଲା | କିନ୍ତୁ ପରିବାରର ଇଚ୍ଛା ଅନୁଯାୟୀ ଏହି ଶବଦାହ କରାଯାଇଛି ବୋଲି ସ୍ଥାନୀୟ ପୋଲିସ ଯୁକ୍ତି ବାଢିଛି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
The CBI will on Wednesday file a status report in the Allahabad High Court in connection with the probe into the alleged gang-rape and murder of a 19-year-old Dalit girl in Hathras district of Uttar Pradesh.The CBI will on Wednesday file a status report in the Allahabad High Court in connection with the probe into the alleged gang-rape and murder of a 19-year-old Dalit girl in Hathras district of Uttar Pradesh.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X