ହାଥରସ ଘଟଣା ପରେ ଫେରାର ହୋଇଗଲେ ବାବା ଭୋଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ସିକନ୍ଦରା ରାଓ ଥାନା ପୁଲରାଇ ଗାଁରେ ମଙ୍ଗଳବାର ଏକ ସତ୍‌ସଙ୍ଗରେ ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ଏବେବି ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଏମିତି ସ୍ଥିତିରେ ଉକ୍ତ ବାବା ଏବଂ ସତସଙ୍ଗ ଆୟୋଜନ ଉପରେ ପ୍ରଶ୍ନ ଉଠିଛି ।

ସନ୍ଥ 'ଭୋଲେ ବାବା'ଙ୍କୁ ହାଥରସ୍‌ରେ ନାରାୟଣ ସାକାର ହରି ସ୍ୱୟଂମ୍ଭୁ ଭୋଲେ ବାବା ବୋଲି କୁହାଯାଏ । ତାଙ୍କର ସତସଙ୍ଗ ପ୍ରତି ମଙ୍ଗଳବାର ହୋଇଥାଏ । ଅନ୍ୟପଟେ ହାଥରସର ସତସଙ୍ଗରେ ଘଟିଥିବା ଦଙ୍ଗା ଘଟଣା ଉପରେ ଏବେ ସାରା ଦେଶର ନଜର ରହିଛି । ତେବେ ଏହି ସତସଙ୍ଗ କରୁଥିବା ବାବା ଭୋଲେ ବାବା ନାରାୟଣ ସାକର ବିଶ୍ୱ ହରିଙ୍କୁ ଏବେ ପୁଲିସ ଖୋଜୁଛି ।

hathras bhole baba

କୁହାଯାଉଛି ଏହି ଘଟଣା ପରେ ସେ ଏବେ କୁଆଡ଼େ ଫେରାର ହୋଇଯାଇଛନ୍ତି । ଏହି ବାବାଙ୍କ ଦ୍ୱାରା ଏହି ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ତାଙ୍କ ଆଶୀର୍ବାଦ ନେବା ଏବଂ ପାଦ ଛୁଇଁବା ପ୍ରତିଯୋଗିତାରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । କୁହାଯାଉଛି ଯେ ଏହି ଘଟଣା ପରଠାରୁ ଏହି ବାବା ଫେରାର ଅଛନ୍ତି ଏବଂ ୟୁପି ପୋଲିସ ତାଙ୍କୁ ଖୋଜୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+