ୟୁପିରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୭ ମୃତ, ୧୩ ଆହତ
ନୂଆଦିଲ୍ଲୀ : ୟୁପିର ହାଥରସ୍ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଅନିୟନ୍ତ୍ରିତ ଟ୍ରକ ଏକ ଯାତ୍ରାବାହୀ ଟାଟା ମ୍ୟାଜିକ୍କୁ ଧକ୍କା ଦେଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଖେଳିଯାଇଛି । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବାହାରକୁ ନେଇଛନ୍ତି । ଏହି ସଡକ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ଅଛନ୍ତି । ସୂଚନା ଅନୁସାରେ ଟାଟା ମ୍ୟାଜିକରେ ଯାତ୍ରା କରୁଥିବା ସମସ୍ତ ଲୋକ ହାଥରସ୍ର କୁମରାଇ ଗାଁରୁ ଏଟାର ନାଗଲା ଇମଲିଆ ଗାଁକୁ ଯାଉଥିଲେ । ଏହି ସମୟରେ କୋଟୱାଲି ହାଥରସ ଜଙ୍କସନ ଅଞ୍ଚଳର ସାଲେମପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।
କୁହାଯାଉଛି ଯେ ଟାଟା ମ୍ୟାଜିକରେ ଯାତ୍ରା କରୁଥିବା ଲୋକେ ହାଥରସର କୁମରାଇ ଗାଁରୁ ଏଟାର ନଗଲା ଇମଲିଆ ଗାଁକୁ ଯାଉଥିଲେ । ଏହି ସମୟରେ କୋତୱାଲି ହାଥରସ୍ ଜଙ୍କସନ ଥାନା ଅଧୀନ ସଲେମପୁର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ହାଥରସର ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶିଷ କୁମାର ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଚନ୍ଦପା ଗ୍ରାମ ନିକଟରେ ଏକ ପିକଅପ୍ ଓ କୋରିୟର୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ମୃତକମାନଙ୍କ ମଧ୍ୟରେ ଅଛନ୍ତି ତିନି ଜଣ ମହିଳା, ତିନି ଜଣ ପୁରୁଷ ଏବଂ ଜଣେ ଛୋଟ ପିଲା ।

ଆହତଙ୍କ ମଧ୍ୟରୁ ଗୁରୁତର ୬ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ବେଳେ ବାକି ୭ ଜଣଙ୍କର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି । ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଏହି ଦୁର୍ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଏକ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି ।
ସିଏମ ଯୋଗୀ ଲେଖିଛନ୍ତି, 'ହାଥରସ୍ ଜିଲ୍ଲାର ମଥୁରା-କାସଗଞ୍ଜ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଘଟିବା ଅତ୍ୟନ୍ତ ଦୁଃଖଦାୟକ ଏବଂ ହୃଦୟ ବିଦାରକ । ଶୋକସନ୍ତପ୍ତ ପରିବାର ସହିତ ମୋର ସମବେଦନା ରହିଛି । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ତୁରନ୍ତ ରିଲିଫ୍ କାର୍ଯ୍ୟ କରିବାକୁ ଏବଂ ଆହତମାନଙ୍କୁ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି' ।












Click it and Unblock the Notifications