ହାତର ସବୁଠାରୁ ଛୋଟ ଆଙ୍ଗୁଳିରେ ଲୁଚିଛି ଅର୍ଥ ଓ ବ୍ୟବସାୟ, ଜାଣନ୍ତୁ ଏହା ଉପରେ ଅଧିକ କିଛି ...
ହିନ୍ଦୁ ଶାସ୍ତ୍ରରେ ହସ୍ତରେଖାରେ ଅନେକ ମହତ୍ତ୍ୱ ଅଛି । ହସ୍ତରେଖା ଦ୍ୱାରା ବ୍ୟକ୍ତିଙ୍କ ଭବିଷ୍ୟତ ସମ୍ପର୍କରେ ଆକଳନ କରାଯାଇଥାଏ । ହସ୍ତରେଖା ଶାସ୍ତ୍ରରେ ଉଭୟ ହସ୍ତର ରେଖା ଅଧ୍ୟୟନ କରାଯାଇଥାଏ । ହାତର ଆଙ୍ଗୁଳି, ମଧ୍ୟ ଭାଗ ଓ ମଣିବନ୍ଧ ବା ଆଙ୍ଗୁଠିର ସଂଯୁକ୍ତ ସରୂପ । ଆଙ୍ଗୁଠି ମଧ୍ୟରେ ସବୁଠାରୁ ଛୋଟ ଆଙ୍ଗୁଳିକୁ କନିଷ୍ଠା କୁହାଯାଏ । କନିଷ୍ଠା ପାଖରେ ଅଛି ରିଂ ଫିଙ୍ଗର । ରିଂ ଫିଙ୍ଗର କନିଷ୍ଠା ଆଙ୍ଗୁଳିରୁ ଯେତିକି ଲମ୍ବା ଥାଏ ସେତିକି ଶୁଭ ବୋଲି କୁହାଯାଏ ।
ଲମ୍ବା କନିଷ୍ଠା ଦସ୍ତାବିଜ ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟକ୍ତିଙ୍କୁ ଦକ୍ଷ କରିଥାଏ । ଏହିଭଳି ବ୍ୟକ୍ତି ପ୍ରତ୍ୟେକ ସରକାରୀ ଦସ୍ତାବିଜ ସାଇତି ରଖୁଥାନ୍ତି ଏବଂ ଠିକ ସମୟରେ ଫାଇଲିଂ କରିଥାନ୍ତି । ଏମାନଙ୍କ ଦସ୍ତାବିଜ ସବୁବେଳେ ପ୍ରସ୍ତୁତ ହୋଇରହିଥାଏ । ଏହି ଗୁଣ ଯୋଗୁଁ ବ୍ୟକ୍ତି ବ୍ୟବସାୟ ସହ ଅନ୍ୟ କାର୍ଯ୍ୟରେ ମଧ୍ୟ ସଫଳତା ହାସଲ କରିଥାଏ । ବ୍ୟବସାୟ ସମ୍ବନ୍ଧୀୟ ଆର୍ଥିକ ମାମଲା ସମ୍ପର୍କରେ ଭଲ ଜ୍ଞାନ ଥାଏ । ଫଳସରୂପ ବ୍ୟବସାୟରେ ସଫଳତା ପାଇବାର ସମ୍ଭାବନା ଅଧିକ ଥାଏ ।

ଚାକିରୀ ଓ ସେବା କ୍ଷେତ୍ରରେ ମଧ୍ୟ ଏହିଭଳି ବ୍ୟକ୍ତି କଠିନ ପରିଶ୍ରମୀ ଓ ଦୃଢ ବିଶ୍ୱାସୀ ହୋଇଥାନ୍ତି । ଏମାନେ ନିଜ ଦାୟିତ୍ୱକୁ ଭଲ ଭାବେ ବୁଝିଥାନ୍ତି । ଏମାନେ ମହତ୍ତ୍ୱପୂର୍ଣ ଭୂମିକା ତୁଲାଇବାରେ ମଧ୍ୟ ସକ୍ଷମ ହୋଇଥାନ୍ତି । ଯଦି କନିଷ୍ଠା ଆଙ୍ଗୁଳି ଅସାମାନ୍ୟ ଲମ୍ବା ଥାଏ । ତାହେଲେ ବ୍ୟକ୍ତି ଠକ, ଦୁର୍ନୀତିଗ୍ରସ୍ତ, କାଗଜପତ୍ରରେ ହେରଫେର ଆଦି କାମ କରିଥାଏ । କନିଷ୍ଠା ଆଙ୍ଗୁଳି ଯଦି କମ ଲମ୍ବା ଥାଏ ତାହେଲେ ବ୍ୟକ୍ତି ଦାୟିତ୍ୱବାନ ହୋଇନଥାଏ ।
ଏମାନେ ବେପରୁଆ ଏବଂ ଅସ୍ଥିର ହୋଇଥାନ୍ତି । ଏମାନେ ନିଜ ଜରୁରୀ ଦସ୍ତାବିଜ ସାଇତି ରଖନ୍ତିନି ଏବଂ ଏପଟେ ସେପଟେ ରଖ୍ ଭୁଲି ଯାଇଥାନ୍ତି । ଯାହାଫଳରେ ଠିକ ସମୟରେ ଠିକ କାମ ହୋଇପାରେନାହିଁ । କନିଷ୍ଠା ଆଙ୍ଗୁଳି ସହ ଲାଗି ପାପୁଲିରେ ଅଧିକ ରେଖା ଥାଏ ତାହେଲେ ବ୍ୟକ୍ତିର ଅନେକ ବ୍ୟବସାୟିକ ବନ୍ଧୁ ଥାଆନ୍ତି । ରେଖା କମ ଥିଲେ ସୀମିତ ସୀମାରେ କାର୍ଯ୍ୟ ବ୍ୟବସାୟର ସଂକେତ ରହିଥାଏ ବୋଲି ବିଶ୍ୱାସ କରାଯାଏ ।












Click it and Unblock the Notifications