ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାମ ମନ୍ଦିରର ନିମନ୍ତ୍ରଣ ମିଳିଛି କି ନାହିଁ? ଜାଣନ୍ତୁ ଏହି ରିପୋର୍ଟରେ

ନୂଆଦିଲ୍ଲୀ: ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପତିଷ୍ଠା ହେବାକୁ ଯାଉଛି । ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ । ଆପ୍ ସହିତ ଜଡିତ ଏକ ସୂତ୍ରରୁ ଏହି ସୂଚନା ମିଳିଛି । ଆପ୍ ସୂତ୍ରରୁ ପ୍ରକାଶ ଯେ ସିଏମ କେଜ୍ରିୱାଲଙ୍କୁ କିଛି ଦିନ ପୂର୍ବରୁ ଏକ ଚିଠି ଆସିଥିଲା । ଯେଉଁଥିରେ ତାଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ସମୟ ବ୍ଲକ୍ କରି ରଖିବାକୁ କୁହାଯାଇଥିଲା ଏବଂ କିଛି ଦିନ ପରେ ଏକ ଆନୁଷ୍ଠାନିକ ନିମନ୍ତ୍ରଣ ଆସିବ ବୋଲି ଉଲ୍ଲେଖ ଥିଲା । କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିମନ୍ତ୍ରଣ ପାଇନାହାଁନ୍ତି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ର ଜଣେ ବରିଷ୍ଠ ଅଧିକାରୀ ଦାବି କରିଛନ୍ତି ଯେ କିଛି ଦିନ ପୂର୍ବରୁ ଦିଲ୍ଲୀ ସିଏମ କେଜ୍ରିୱାଲଙ୍କୁ ନିମନ୍ତ୍ରଣ ପଠାଯାଇଥିଲା । ସେ କହିଛନ୍ତି ମୁଁ ବ୍ୟକ୍ତିଗତ ଭାବେ କହି ପାରିବି ନାହିଁ କି ନିମନ୍ତ୍ରଣ ପୋଷ୍ଟ ମାଧ୍ୟମରେ କିମ୍ବା ଡିଜିଟାଲ୍ ପଠାଯାଇଛି , କିନ୍ତୁ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି ।

arvind kejriwal

ସୂଚନାଯୋଗ୍ୟ, ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମନ୍ଦିର ଟ୍ରଷ୍ଟର ପ୍ରତିନିଧୀ ତଥା ସ୍ୱେଚ୍ଛାସେବୀମାନେ ଅତିଥିମାନଙ୍କୁ ପ୍ରଦାନ କରୁଛନ୍ତି । ଏହା ବ୍ୟତୀତ ଶ୍ରୀ ରାମ ଜନ୍ମ ଭୂମି ତିର୍ଥ ଅଞ୍ଚଳର ବହୁ ପ୍ରତିନିଧୀ, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନର ସଦସ୍ୟ, ଭିଏଚପି ଏବଂ ସେମାନଙ୍କର ସହଯୋଗୀମାନେ ମଧ୍ୟ ଅତିଥି ମାନଙ୍କୁ ନିମନ୍ତ୍ରଣ ଦେବାରେ ସାହାଯ୍ୟ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+