ବିଜେପି ନେତାଙ୍କ ବଡ଼ ଅଭିଯୋଗ, କହିଲେ କେଜ୍ରିୱାଲଙ୍କ ଶୀଶମହଲରେ ଲାଗିଛି ସୁନାର ଟଏଲେଟ୍‌

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଘରକୁ ନେଇ ପୁଣିଥରେ ଆକ୍ରମଣାତ୍ମକ ଢଙ୍ଗକୁ ଫେରିଛି ବିଜେପି । ବୁଧବାର ବିଜେପି ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ସାମ୍ବାଦିକ ସମ୍ମିଳନୀ କରିବା ସହ କିଛି ଫଟୋ ସାମ୍ନାକୁ ଆଣିଛନ୍ତି । ଯେଉଁଥିରେ ସେ ସୁନା ଚାଦର ଥିବା ଗୋଟିଏ 'ଟଏଲେଟ୍ ସିଟ୍ ଏବଂ ଓ୍ୱାଶ୍ ବେସିନ'କୁ ଦେଖାଇବା ସହ, କେଜ୍ରିଓ୍ୱାଲଙ୍କ ଘରେ ଏହା ଲଗାଯାଇଥିବା ଅଭିଯୋଗ କରିଛନ୍ତି ।

ଏଥିସହ କେଜ୍ରିଓ୍ୱାଲଙ୍କ ପାଖକୁ କେମିତି ଏତେ ଟଙ୍କା ଆସିଲା ବୋଲି ପ୍ରଶ୍ନ କରିଛନ୍ତି ବୀରେନ୍ଦ୍ର ସଚଦେବା । ବୀରେନ୍ଦ୍ର ସଚଦେବା ଆପ୍ ଉପରେ ଗମ୍ଭୀର ଆରୋପ ଲଗାଇବା ସହ କହିଛନ୍ତି ଯେ, ଏ ଟଙ୍କା ହଲାଲର ନୁହେଁ, ବରଂ ଦଲାଲର ଅଟେ । ଏ ଟଙ୍କା ହେଉଛି ଦିଲ୍ଲୀ ଲୋକଙ୍କ ବିରୋଧରେ ଗଦ୍ଦାରୀ କରି କମାଯାଇଥିବା ଟଙ୍କା, ତେବେ ଏହି ଗଦ୍ଦାରୀ ଟଙ୍କାକୁ ନିଜ ସୁଖ ସୁବିଧା ପାଇଁ କେଜ୍ରିଓ୍ୱାଲ୍ ଖର୍ଚ୍ଚ କରିଛନ୍ତି । ଯାହାର ହିସାବ ମାଗୁଛନ୍ତି ଦିଲ୍ଲୀ ବାସୀ । ଏହାସହ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଏ ଟଙ୍କାର ହିସାବ ମାଗିବେ ବୋଲି କହିଛନ୍ତି ବୀରେନ୍ଦ୍ର ସଚଦେବା ।

arvind kejriwal

ଖାଲି ସେତିକି ନୁହେଁ, ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ବିଜେନ୍ଦ୍ର ଗୁପ୍ତା ମଧ୍ୟ ମୁଖ୍ୟମନ୍ତ୍ରୀ ଆବାସରେ ଖର୍ଚ୍ଚକୁ ନେଇ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । କେଜ୍ରିଓ୍ୱାଲଙ୍କ ଶୀଶ ମହଲରେ ଏତେ ସାରା ସୁବିଧା କେଉଁଠୁ ଆସିଲା? ସୁନାର ପ୍ରଲେପ ଦିଆଯାଇଥିବା ବେସିନ୍ ଓ ଟଏଲେଟ୍ ସିଟ୍ କୁଆଡୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ କେଜ୍ରିଓ୍ୱାଲ ସଚ୍ଚୋଟ ହେବାର ମିଛ ଅଭିନୟ କରୁଛନ୍ତି । ହେଲେ ସତରେ କିନ୍ତୁ ସେ ଭ୍ରଷ୍ଟାଚାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+