ଭାରତର ୟୁଟ୍ୟୁବର ପାକିସ୍ତାନର ଗୁପ୍ତଚର,ଗିରଫ କଲା ଗୁଇନ୍ଦା ବିଭାଗ

ହରିୟାଣାର ଜଣେ ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ମହିଳା ୟୁଟ୍ୟୁବର ଜଣକ ଭାରତରେ ରହି ଶତ୍ରୁ ଦେଶ ପାକିସ୍ତାନକୁ ଭାରତର ତଥ୍ୟ ଦେଉଥିବା ନେଇ ଅଭିଯୋଗ ହୋଇଛି।ସେ ଭାରତର ରହି ଦେଶଦ୍ରୋହ କାମ କରୁଥିବା ଏବଂ ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ଅଭିଯୋଗ ହୋଇଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜ୍ୟୋତିଙ୍କ ବିରୋଧରେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟମାନଙ୍କୁ ଗୁପ୍ତ ସୂଚନା ଦେବାର ଗମ୍ଭୀର ଅଭିଯୋଗ ରହିଛି।

ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଇବା ଅଭିଯୋଗରେ ସୁରକ୍ଷା ଏଜେନ୍ସି ହରିୟାଣାର ହିସାରରୁ ମହିଳା ୟୁଟ୍ୟୁବର ଜ୍ୟୋତିଙ୍କୁ ଗିରଫ କରିଛି । ଭାରତରେ ରହି ଶତ୍ରୁଦେଶକୁ ବିକ୍ରି କରୁଥିଲେ ଗୁପ୍ତ ତଥ୍ୟ । ISI ସହ ମଧ୍ୟ ସେ ଯୋଗାଯୋଗରେ ଅଛନ୍ତି । ଜ୍ୟୋତିଙ୍କ ସମେତ ଆଉ ୬ ଜଣଙ୍କୁ ଗିରଫ କରିଛି ପୁଲିସ। ତେବେ ସୋସିଆଲ୍‌ ମିଡିଆରେ ନିଜକୁ ଏମିତି ପରିବେଷଣ କରୁଥିବା ଜ୍ୟୋତି ହୋଉଛନ୍ତି ଜଣେ ପାକିସ୍ତାନୀ ସ୍ପାଏ ।

Haryana YouTuber

ଏହି ମାମଲାରେ ଜ୍ୟୋତି ରାଣୀଙ୍କୁ ପଚରାଉଚରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ଜେରା ସମୟରେ ଜ୍ୟୋତି ରାଣୀ କହିଥିଲେ ଯେ ମୁଁ ୨୦୨୩ ମସିହାରେ ପାକିସ୍ତାନ ଭିସା ପାଇଁ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନକୁ ଯାଇଥିଲି । ସେଠାରେ ମୁଁ ଅହସାନ-ଉର-ରହିମ ଓରଫ ଦାନିଶକୁ ଭେଟିଥିଲି । ମୁଁ ଦାନିଶର ମୋବାଇଲ୍ ନମ୍ବର ନେଇଥିଲି,ଏହା ପରେ ମୁଁ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କଲି । ସେ ଭିସା କରାଇବା ପରେ ମୁଁ ଦୁଇଥର ପାକିସ୍ତାନ ଯାତ୍ରା କଲି ।

ଦାନିଶଙ୍କ କହିବା ଅନୁସାରେ, ମୁଁ ତାଙ୍କ ପରିଚିତ ଅଲି ଅହୱାନଙ୍କୁ ଭେଟିଲି, ଯିଏ କି ମୋର ରହିବା ଏବଂ ବୁଲାବୁଲି କରିବାର ବ୍ୟବସ୍ଥା କରିଥିଲେ । ଏହା ପରେ ଅଲି ଅହୱାନ ପାକିସ୍ତାନୀ ସୁରକ୍ଷା ଏବଂ ଗୁଇନ୍ଦା ଅଧିକାରୀଙ୍କ ସହ ମୋର ସାକ୍ଷାତ ବ୍ୟବସ୍ଥା କରିଥିଲେ । ତାଙ୍କୁ ଦେଖା କରିବା ପରେ ମୁଁ ଭାରତକୁ ଫେରି ଆସିଲି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+