ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, 7ମୃତ, 4 ଗୁରୁତର

ହରିୟାଣାର ଗୁରୁଗ୍ରାମ ନିକଟବର୍ତ୍ତୀ ନୂଆଁ ଜିଲ୍ଲାରେ ଥିବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଶନିବାର (୨୬ ଏପ୍ରିଲ ୨୦୨୫) ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ପୋଲିସ ସୂଚନା ଅନୁଯାୟୀ, ଏକ ପିକଅପ ଭ୍ୟାନର ଚାଳକ ନିୟନ୍ତ୍ରଣ ହରାଇ ଏକ୍ସପ୍ରେସୱେରେ ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଧକ୍କା ଦେଇଥିଲେ। ୬ ଜଣ ସଫେଇ କର୍ମଚାରୀ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନୁହଁ ଓ ଗୁରୁଗ୍ରାମର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଯାଇଛି । ତେବେ ମ୍‌ତକଙ୍କ ପରିଚୟ ଏଯାଏଁ ମିଳିନି ।

Haryana Road Accident

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପିକଅପ ଭ୍ୟାନଟି ଅତ୍ୟଧିକ ବେଗରେ ଚାଲୁଥିଲା ଏବଂ ଚାଳକ ରାସ୍ତାରେ ଥିବା ସଫେଇ କର୍ମଚାରୀଙ୍କୁ ଦେଖି ନ ପାରିବାରୁ ଏହି ଦୁର୍ଘଟଣା ଘଟିଛି। ପୋଲିସ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+