ଦୁର୍ଘଟଣାର ଶିକାର ସ୍କୁଲ ବସ୍‌, ଚାଲିଗଲା ୬ ଛାତ୍ରଛାତୀଙ୍କ ଜୀବନ

ଚଣ୍ଡିଗଡ଼: ହରିୟାଣାର ମହେନ୍ଦ୍ରଗଡ଼ରେ ଗୁରୁବାର ଏକ ଘରୋଇ ସ୍କୁଲ ବସ୍ ଓଲଟି ପଡ଼ିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଆଉ ଏହି ଦୁର୍ଘଟଣା ଘଟିବାର କିଛି ସମୟ ପରେ ପରେ ସ୍କୁଲର ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି । ହରିୟାଣା ପରିବହନ ମନ୍ତ୍ରୀ ଅସୀମ ଗୋଏଲ କହିଛନ୍ତି, ଏକ ଉଚ୍ଚସ୍ତରୀୟ କମିଟି ଏହି ଘଟଣାର ତଦନ୍ତ କରିବ । ସୂଚନାନୁସାରେ ୩୦ଜଣ ସ୍କୁଲ ପିଲାଙ୍କୁ ନେଇ ବସ୍‌ଟି ଯାଉଥିବାବେଳେ କନିନାର ଉନ୍‌ହାନି ଗ୍ରାମନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଗୁରୁବାର ଇଦ୍ ପର୍ବ ପାଇଁ ଛୁଟି ଥିବାବେଳେ ସ୍କୁଲ୍‌ବସ୍ କ'ଣ ପାଇଁ ପିଲାମାନଙ୍କୁ ନେଇ ଯାଉଥିଲା ବୋଲି ପ୍ରଶ୍ନ ଉଠିଛି । ଦୁର୍ଘଟଣାରେ ୬ଜଣ ପିଲାଙ୍କ ଜୀବନ ଯିବା ଦୁଃଖଦ ଘଟଣା ବୋଲି ହରିୟାଣା ଶିକ୍ଷାମନ୍ତ୍ରୀ ସୀମା ତ୍ରିଖା କହିବା ସହ ଆହତମାନଙ୍କ ଚିକିତ୍ସା ଉପରେ ଏବେ ଅଧିକ ଧ୍ୟାନ ଦିଆଯାଉଥିବା କହିଛନ୍ତି । ଛୁଟିଦିନରେ ସ୍କୁଲ କାହିଁକି ଖୋଲା ଥିଲା, ତାହାର ଉତ୍ତର ଜିଲା ଓ ସ୍କୁଲ କର୍ତ୍ତୃପକ୍ଷ ଦେବେ ବୋଲି ସେ କହିଛନ୍ତି ।

school bus accident

ଆହତ ଛାତ୍ରମାନଙ୍କ କହିବା ଅନୁଯାୟୀ ଡ୍ରାଇଭର ଖୁବ୍ ର୍ଜୋରେ ଚଳାଉଥିବାରୁ ବସ୍‌କୁ ନିୟନ୍ତ୍ରଣ କରିପାରିଲେ ନାହିଁ । ଅନ୍ୟପଟେ ସ୍କୁଲ ବିରୋଧରେ ଏତଲା ରୁଜୁ କରାଯିବ । ଚଳିତ ବର୍ଷ ମାର୍ଚ୍ଚ ମାସରେ କାଗଜପତ୍ର ଅସମ୍ପୂର୍ଣ୍ଣ ଥିବାରୁ ଏହି ସ୍କୁଲ ବସ୍ ଉପରେ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏ କ୍ଷେତ୍ରରେ ବିଦ୍ୟାଳୟର ଅବହେଳା ସ୍ପଷ୍ଟ ହୋଇଛି । ରାଜ୍ୟର ସମସ୍ତ ସ୍କୁଲ ଗାଡିର ଫିଟନେସ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+