ହାଇ ଆର୍ଲଟରେ ହରିୟାଣା:ସ୍କୁଲ, କଲେଜ ଏବଂ ବ୍ୟାଙ୍କ ବନ୍ଦ
ହରିୟାଣା: ହରିୟାଣାର ନୁହରେ ବିଶ୍ୱ ହିନ୍ଦୁ ପରିଷଦ ଘୋଷଣା ହେବା ପରେ ଆଜି ବ୍ରଜ ମଣ୍ଡଳ ଜଳାଭିଶେକ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ଶୋଭାଯାତ୍ରା ପାଇଁ ଅନୁମତି ନ ଦେବା ସତ୍ତ୍ୱେ ହରିୟାଣାର ନୁହ ଜିଲ୍ଲାରେ ସୋମବାର ସାରଭା ଜାତି ହିନ୍ଦୁ ମହାପଞ୍ଚାୟତ ପକ୍ଷରୁ ଏକ 'ଶୋଭା ଯାତ୍ରା'ର ଆୟୋଜନ କରାଯାଇଛି । ଯାହା ପରେ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି ।
ଏହି ଶୋଭାଯାତ୍ରା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଜିଲ୍ଲାରେ ସ୍କୁଲ, କଲେଜ ଏବଂ ବ୍ୟାଙ୍କ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନୁହ ସବ-ଡିଭିଜନାଲ ମାଜିଷ୍ଟ୍ରେଟ ଅଶ୍ୱାନୀ କୁମାର ସୂଚନା ଦେଇଛନ୍ତି ।

ସର୍ବ ଜାତିୟ ହିନ୍ଦୁ ମହାପଞ୍ଚାୟତ ନହୁରେ ବ୍ରଜ ମଣ୍ଡଳ ଶୋଭା ଯାତ୍ରା ଆରମ୍ଭ କରିବାକୁ ଆହ୍ୱନା ଦେଇଥିଲା । ଜୁଲାଇ ଶେଷରେ ନହୁରେ ହିଂସା ଆରମ୍ଭ ହେବା ପରେ ଏହି ଯାତ୍ରା ବନ୍ଦ ହୋଇଯାଇଥିଲା । ଆଇନ ଶୃଙ୍ଖଳା ରକ୍ଷା ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯାତ୍ରା କରିବାକୁ ଅନୁମତି ଦେଇନାହାଁନ୍ତି । ପଞ୍ଚକୁଲାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ଯେ, ଗତ ମାସରେ ସୋଭାଯାତ୍ରା ସମୟରେ ବିବାଦ ସୃଷ୍ଟି ହୋଇଥିବାରୁ ବର୍ତ୍ତମାନ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଶୋଭାଯାତ୍ରା ନ ହେବା ଉଚିତ୍ ।
ସରକାରଙ୍କ ଅନୁମତି ନ ପାଇ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କହିଛି ଯେ ବ୍ରଜ ମଣ୍ଡଳ ଶୋଭା ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଆୟୋଜିତ ହେବ। ଆଇନ ଏବଂ ଶୃଙ୍ଖଳା ସମ୍ବନ୍ଧୀୟ କୌଣସି ସମସ୍ୟା ଉପୁଜିବ ନାହିଁ । ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ ଭିଏଚପି ନେତା କହିଛନ୍ତି ଯେ, ଆମେ ଜାଣୁ ଯେ ଜି -20 ଆରମ୍ଭ ହେବାକୁ ଯାଉଛି ତେଣୁ ଆମେ ଏହି ଶୋଭାଯାତ୍ରା ସମୟକୁ କମ୍ କରିଦେବୁ ହେଲେ ପୁରା ବନ୍ଦ କରାଯିବ ନାହିଁ ।
ପୋଲିସର ସୂଚନାନୁସାରେ, ହରିୟାଣା ପୋଲିସର 1900 କର୍ମଚାରୀ ଏବଂ 24ଟି ସାମରିକ ବାହିନୀଙ୍କୁ ନିୟୋଜିତ କରାଯାଇଛି । ନୁହ ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଛି ଏବଂ ମାଲହର ମନ୍ଦିରକୁ ଯାଉଥିବା ରାସ୍ତା ମଧ୍ୟ ବନ୍ଦ ରହିଛି। 26 ଅଗଷ୍ଟରୁ 28 ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟ ସରକାର ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିଛନ୍ତି। ନୁହରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ ଜନସାଧାରଣଙ୍କୁ ନିବେଦନ କରି ଜିଲ୍ଲା ପ୍ରଶାସନ ଧାରା 144 ଲାଗୁ କରିଛି।












Click it and Unblock the Notifications