ଡରାଇଲାଣି କରୋନା:ଏହି ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ସରକାର
Corona news: ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଏବେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ପୁଡୁଚେରୀ, କେରଳ ପରେ ଏବଂ ହରିୟାଣା ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ସର୍ବସାଧାରଣ ସ୍ଥାନକୁ ମାସ୍କ ପିନ୍ଧି ଯିବା ପାଇଁ ନିର୍ଦ୍ଦେଶ ଦେଲେ ହରିୟାଣା ସରକାର ।
ହରିୟାଣା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ ସୂଚନା ଦିଆଯାଇଛି ଯେ, କରୋନା ସ୍ଥିତିର ସମୀକ୍ଷା ପାଇଁ ଏପ୍ରିଲ ୩ ତାରିଖରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, କିଛି ଦିନ ହେବ ହରିୟାଣାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଟେଷ୍ଟିଂ ମଧ୍ୟ ବଢାଇ ଦିଆଯାଇଛି ।

ତେଣୁ କରୋନାର ବୃଦ୍ଧି ପାଉଥିବା ମାମଲାକୁ ନଜରରେ ରଖି ହରିୟାଣାରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଣିକି ସର୍ବସାଧାରଣ ସ୍ଥାନକୁ ସମସ୍ତଙ୍କୁ ମାସ୍କ ପିନ୍ଧିଯିବାକୁ ପଡିବ । ଯେଉଁ ସ୍ଥାନରେ ୧୦୦ରୁ ଅଧିକ ଲୋକ ଏକାଠି ହେଉଛନ୍ତି ଯେପରି ସରକାରୀ,ବେସରକାରୀ ଅଫିସ, ଶପିଂ ମନରେ ଏଣିକି ମାସ୍କ ବାଧ୍ୟତାମୂଳକ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଏହାସହ କରୋନାର ବୃଦ୍ଧି ପାଉଥିବା ମାମଲାକୁ କଣ୍ଟ୍ରୋଲ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପଞ୍ଚାୟତଗୁଡିକୁ ମଧ୍ୟ ସତର୍କ ରହିବା ପାଇଁ ନର୍ଦ୍ଦେଶ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ଲୋକେ କୋଭିଡ୍ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ପୂର୍ବ ପରି ମାସ୍କ, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର କରିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ସୂଚନାଥାଉ ଯେ, ହରିୟାଣାରେ ଦୈନିକ ସଂକ୍ରମଣ ୪୦୦ରୁ ଅଧିକ ରହିଛି । ଗରୁଗ୍ରାମରେ ସର୍ବାଧିକ କରୋନା ମାମଲା ରେକର୍ଡ କରାଯାଇଛି ।












Click it and Unblock the Notifications