Haryana Elections: ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ଆଇଏନଏଲଡି
ଗୁରୁଗ୍ରାମ : ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିଆନ ନ୍ୟାସନାଲ ଲୋକଦଳ (ଆଇଏନଏଲଡି) ନିଜର ୨ୟ ପ୍ରାର୍ଥୀ ତାଲିକା ଜାରି କରିଛି । ୨ୟ ତାଲିକାରେ ମୋଟ ୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହରିୟାଣା ୟୁନିଟ୍ ସଭାପତି ରାମପାଲ ମାଜରା କୈଥାଲ ଜିଲ୍ଲାର କଲାୟତ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ଭାରତୀୟ ଜାତୀୟ ଲୋକଦଳ (ଆଇଏନଏଲଡି) ବହୁଜନ ସମାଜ ପାର୍ଟି (ବିଏସପି) ସହ ମେଣ୍ଟ କରି ନିର୍ବାଚନ ଲଢୁଛି ।
ନିକଟରେ ଆଇଏନଏଲଡି ଏହାର ପ୍ରଥମ ତାଲିକାରେ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ୨ୟ ତାଲିକାରେ ମୋଟ ୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆଜି ପ୍ରକାଶିତ ଦ୍ବିତୀୟ ତାଲିକାରେ ଆଇଏନଏଲଡି ବାହାଦୁରଗଡ଼ରୁ ଶୀଲା ରାଠୀଙ୍କୁ ପ୍ରାର୍ଥୀ କରିଛି।ଭାରତୀୟ ଜାତୀୟ ଲୋକଦଳ (ଆଇଏନଏଲଡି) ବହୁଜନ ସମାଜ ପାର୍ଟି (ବିଏସପି) ସହ ମେଣ୍ଟ କରି ନିର୍ବାଚନ ଲଢୁଛି । ନିକଟରେ ଆଇଏନଏଲଡି ଏହାର ପ୍ରଥମ ତାଲିକାରେ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ।

ଆଜି ପ୍ରକାଶିତ ଦ୍ବିତୀୟ ତାଲିକାରେ ଆଇଏନଏଲଡି ବାହାଦୁରଗଡ଼ରୁ ଶୀଲା ରାଠୀଙ୍କୁ ପ୍ରାର୍ଥୀ କରିଛି। ଦଳର ତାଲିକା ଅନୁଯାୟୀ, ବରିଷ୍ଠ ଆଇଏନ୍ଏଲ୍ଡି ନେତା ଅଭୟ ସିଂହ ଚୌଟାଲାଙ୍କ ପୁଅ ଅର୍ଜୁନ ସିଂହ ଚୌଟାଲା ସିରସା ଜିଲ୍ଲାର ରାନିଆରୁ, ପୂର୍ବତନ ବିଧାୟକ ଶେର ସିଂହ ବରଶାମି ଲାଡୱାରୁ, ଉମେଦ ଲୋହାନ ନାରନୁଣ୍ଡରୁ, ତୈୟବ ହୁସେନ ଭୀମସିକା ହାତୀନରୁ ଏବଂ ମାଷ୍ଟର ଗୁରୁତେଜ ସିଂହ ସୁଖଚେନ କଲାନୱାଲି (ଏସସି) ଆସନରୁ ନିର୍ବାଚନ ଲଢ଼ିବେ।












Click it and Unblock the Notifications