Haryana Election Results 2024: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ବିଜୟୀ
ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ବିଜୟୀ। ଲଡୱାରୁ ଜିତିଲେ ନାୟବ ସିଂ ସୈନୀ। ତେବେ ହରିୟାଣା ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି । ୯୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି ଏଠାରେ ମ୍ୟାଜିକ୍ ନମ୍ବର ପାର କରିଛି ।
ବର୍ତ୍ତମାନ ସୁଦ୍ଧା ବିଜେପି ୪୯ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୬ଟି ସିଟରେ ଆଗୁଆ ଓ ଅନ୍ୟ ସ୍ୱାଧୀନ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି। ତେବେ ବିଜେପି ଏଠାରେ ବିଜୟୀ ହୋଇଥିବା ବେଳେ ନାଏବ ସିଂହ ସୈନୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ଦଳ ନିଷ୍ପତି ନେବ ବୋଲି କୁହାଯାଇଛି।
କଶ୍ମୀର ବିଧାନସଭା ନିର୍ବାଚନ ଫଳଫଳ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଏଠାରେ ନ୍ୟାଶନାଲ କନଫରେନ୍ସ-କଂଗ୍ରେସ ମିଳିତ ଭାବେ ସରକାର ଗଢିବାକୁ ଯାଉଛନ୍ତି। ଏସବୁ ଭିତରେ ନ୍ୟାଶନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ।
ଏଥର ନିର୍ବାଚନରେ ବଡଗାମ ଏବଂ ଗାନ୍ଦରବଲ ଦୁଇଟି ଆସନରୁ ଓମାର ଅବଦୁଲ୍ଲା ନାମାଙ୍କନ ଦାଖଲ କରିଥିଲେ। ସେ ଗାନ୍ଦରବଲ ଆସନରେ ଆଗୁଆ ଥିବାବେଳେ ବୁଦ୍ଧଗାମରୁ ଜିତିଛନ୍ତି।

ଫାରୁକ ଅବଦୁଲ୍ଲା କହିଛନ୍ତି, ଆମେ ଆଶା କରୁଛୁ ଯେ ଆମେ ଲୋକଙ୍କ ଆଶା ପୂରଣ କରିବୁ ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବୁ ମୁଁ ବିଶ୍ୱାସ କରେ ଯେ ଲୋକମାନେ ଆମ କଥା ଶୁଣିଛନ୍ତି ଏବଂ ଆମକୁ ବିଶ୍ୱାସ କରିଛନ୍ତି, ମୁଁ ସେମାନଙ୍କ ପାଇଁ କୃତଜ୍ଞ। ଏଠାରେ ସର୍ବସାଧାରଣଙ୍କ ଶାସନଙ୍ ଚାଲେ, ପୋଲିସର ନୁହେଁ।












Click it and Unblock the Notifications