Get Updates
Get notified of breaking news, exclusive insights, and must-see stories!

ହରିଆଣା ନିରାଶ, ଜାମ୍ମୁ କାଶ୍ମୀରରେ ଗୋଟାଏ ଆସନ ଜିତିଲା ଆପ

ଉଭୟ ହରିୟାଣା ଓ ଜମ୍ମୁ-କଶ୍ମୀର ନିର୍ବାଚନରେ ଆପ୍‌ର ପ୍ରଦର୍ଶନ ନୈରାଶଜନକ ରହିଛି। ଏଯାବତ ହରିୟାଣାରେ ଦଳ ଖାତା ଖୋଲି ପାରି ନ ଥିବା ବେଳେ ଜମ୍ମୁ-କଶ୍ମୀରରେ ଗୋଟିଏ ସିଟ୍‌ ହାତେଇବାରେ ଦଳ ସକ୍ଷମ ହୋଇଛି। ଡୋଡା ବିଧାନସଭା ଆସନ ଆପ୍‌ ଖାତାକୁ ଯାଇଛି। ଏହି ସିଟ୍‌ରୁ ଆପ୍‌ ପ୍ରାର୍ଥୀ ମେହରାଜ ମଲିକ ବିଜେପି ପ୍ରାର୍ଥୀ ଗଜୟ ସିଂହ ରାଣାଙ୍କୁ ୪, ୫୪୮ ଭୋଟରେ ପରାସ୍ତ କରିଛନ୍ତି।

app

ନିର୍ବାଚନ ଆୟୋଗଙ୍କ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ମେହରାଜ ମଲିକଙ୍କୁ ସମୁଦାୟ ୨୨,୧୧ ଭୋଟ ମିଳିଛି। ଅପରପକ୍ଷେ, ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗଜୟ ସିଂହ ରାଣାଙ୍କୁ ୧୮୦୬୩ ଭୋଟି ମିଳିଛି।

ଜମ୍ମୁ-କଶ୍ମୀରର ୯୦ ସିଟ୍‌ ଆସନ ମଧ୍ୟରୁ ଅପରାହ୍ନ ୧ଟା ସୁଦ୍ଧା ୧୦ଟି ସିଟ୍‌ର ଫଳାଫଳ ଘୋଷିତ ହୋଇଛି। ସେଥି ମଧ୍ୟରୁ ବିଜେପି ଖାତାତୁ ୬ଟି ସିଟ୍‌ ଯାଇଥିବା ବେଳେ ନ୍ୟାସନାଲ କନଫରେନ୍ସ ପାର୍ଟି ହାତକୁ ଯାଇଛି ୩ଟି ସିଟ୍‌ । ଆପ୍‌ କେବଳ ଗୋଟିଏ ସିଟ୍‌ ହାତେଇବାରେ ସକ୍ଷମ ହୋଇ ପାରିଛି।

ମାତ୍ର ହରିୟାଣାରେ ଦଳ ଖାତା ଖୋଲିବାକୁ ସକ୍ଷମ ହୋଇ ପାରିନି। ହରିୟାଣାରେ ସକାଳେ କଂଗ୍ରେସ ଆଗୁଆ ଥିବା ବେଳେ ଏବେ ଜନାଦେଶ ବିଜେପି ସପକ୍ଷରେ ରହିଛି।

ହରିୟାଣାରେ କଂଗ୍ରେସ ଟ୍ରେଣ୍ଡରେ ପଛୁଆ ପଡିଯାଇଥିବା ବେଳେ ଆଗରେ ରହିଛି ବିଜେପି। ସେଠାରେ ୯୦ ଆସନରୁ ବିଜେପି ୪୯ଟି ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୩୫ ଆସନରେ ଆଗୁଆ ଅଛି। ତେଣୁ ଏଠାରେ ଆସୁଥିବା ଟ୍ରେଣ୍ଡ ଯଦି ରେଜଲ୍ଟରେ ବଦଳେ, ତେବେ ପୁଣିଥରେ ବିଜେପି ସେଠାରେ ପୂର୍ଣ୍ଣ ବହୁମତର ସରକାର ଗଢିବ। ଆଉ ରାଜ୍ୟରେ ଲଗାତାର ୩ୟ ଥର ପାଇଁ ସରକାର ଗଢ଼ିବ।

ମାତ୍ର ଏଠାରେ ଆପ୍‌ ପୂରା ରେସ୍‌ରୁ ବାହାରେ ଥିବା ଦୃଶ୍ୟମାନ ହେଉଛି। ପ୍ରଚାର ସମୟରେ ଆମ ବିନା ହରିୟାଣାରେ ସରକାର ଗଠନ ସମ୍ଭବ ନୁହେଁ ବୋଲି ଦାବି କରୁଥିବା ଆପ୍‌ ଏବେ ସୁଦ୍ଧା ନିଜ ଖାତା ଖୋଲି ପାରିନି। ହରିୟାଣାରେ କଂଗ୍ରେସ ସହ ମେଣ୍ଟ କରିବା ନିମନ୍ତେ ଆପ୍‌ ପକ୍ଷରୁ ଖୁବ୍‌ ପ୍ରୟାସ କରାଯାଇଥିଲେ ବି ସଫଳତା ମିଳି ନ ଥିଲା। କାରଣ କଂଗ୍ରେସର କିଛି ବରିଷ୍ଠ ନେତା ଆପ୍‌ ସହ ମେଣ୍ଟ ସପକ୍ଷରେ ନ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+