ହରିୟାଣା ସରକାରଙ୍କ ବଡ଼ ଘୋଷଣା: କୃଷି ଋଣ ଉପରୁ ହେଲା ସୁଧ ଛାଡ଼
Haryana News: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଶୁକ୍ରବାର ଦିନ 2024-25 ଆର୍ଥିକ ବର୍ଷ ପାଇଁ 1.89 ଲକ୍ଷ କୋଟି ଟଙ୍କା ବଜେଟ୍ ଉପସ୍ଥାପନ କରି କିଛି ଫସଲ ଋଣ ଉପରେ ସୁଧ ଏବଂ ଜରିମାନା ଘୋଷଣା କରିଛନ୍ତି। ଅର୍ଥାତ୍ ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ଚାଷୀମାନେ କରିଥିବା କୃଷି ଋଣ ଉପରୁ ସୁଧ ଛାଡ଼ କରାଯିବା ନେଇ ସୂଚନା ରହିଛି । ଏହାସହ ଚାଷୀଙ୍କ ଉପରେ ଲାଗିଥିବା ଜରିମାନକୁ ବି ଛାଡ଼ କରିଛନ୍ତି ଖଟ୍ଟର ସରକାର ।
ଚଳିକ ବର୍ଷ ମେ'ମାସ ପର୍ଯ୍ୟନ୍ତ ସମସ୍ତ ଚାଷୀ ଏପି ସୁବିଧା ପାଇପାରିବେ। ହେଲେ ନୂଆ ଭାବେ ଲାଗିବା ପାଇଁ ଥିବା ଋଣ ଏବଂ ଜରିମାନ ଅର୍ଥ ଦେବା ପାଇଁ ପଡିବ । ଗୋଟେ ପଟେ ଶମ୍ଭୁ ବର୍ଡରରେ ଚାଷୀ ମାନେ ଏମଏସ୍ପି ଗ୍ୟାରେଣ୍ଟି ଦାବିରେ ଏହି ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ସୁହାଇଲା ପରି ଘୋଷଣା କରିଛନ୍ତି ହରିୟାଣା ସରକାର । ରାଜ୍ୟରେ ପଞ୍ଚମ ଥର ପାଇଁ ବଜେଟ ଆଗତ ହୋଇଛି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର କହିଛନ୍ତି, ରାଜ୍ୟ ସରକାର ଚଳିତ ବର୍ଷ ୧୪ ପ୍ରକାର ଫସଲକୁ ଏମଏସ୍ପିରେ କିଣିବେ।

ଏହି ବଡ଼ ଘୋଷଣା ସହ ହରିୟାଣା ସରକାର ଏକ ଅନଲାଇନ୍ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏଥିରେ ଚାଷୀ ନିଜ ଫସଲ ନଷ୍ଟ ସମ୍ପର୍କରେ ତଥ୍ୟ ପୋଟାଲରେ ଅପଲୋଡ୍ କରିପାରିବ । ହରିୟାଣା ସରକାର ୨୯୭ କୋଟି ଟଙ୍କା ଆର୍ଥିକ ସହାୟତା ଦେଇ ସାରିଥିବା ନେଇ ସୂଚନା ରହିଛି । ସେହିପରି କୃଷକ ଆନ୍ଦୋଳନ ସମୟରେ ହିଂସାକାଣ୍ତ ନ ଘଟାଇବା ପାଇଁ ମନୋହର ଖଟ୍ଟର ଆନ୍ଦୋଳନରତ କୃଷକଙ୍କୁ ଅପିଲ୍ କରିଛନ୍ତି ।
ବିଧାନସଭାରେ ବଜେଟ୍ ଉପସ୍ଥାପନ କରି ଖଟ୍ଟର କହିଛନ୍ତି, ମୁଁ ୨୦୨୪-୨୫ ପାଇଁ ୧,୮୯,୮୭୬.୬୧ କୋଟି ଟଙ୍କା ବଜେଟ୍ ପ୍ରସ୍ତାବ ଦେଇଛି, ଯାହା ୨୦୨୩-୨୪ ପାଇଁ ୧,୭୦,୪୯୦.୮୪ କୋଟି (ସଂଶୋଧିତ ଆକଳନ) ଠାରୁ ୧୧.୩୭ ପ୍ରତିଶତ ଅଧିକ। ସେପଟେ ଶମ୍ଭୁ ବର୍ଡରେ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀ ଶୁଭକରମ ସିଂଙ୍କ ମୃତ୍ୟୁ ହୋଇଛି । ତେବେ ପଞ୍ଜାବ ସରକରାଙ୍କ ମୃତ ଚାଷୀଙ୍କ ପରିବାରକୁ 1 ହଜାର କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ।












Click it and Unblock the Notifications