ହରିୟାଣାରେ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ: ଭିନେଶଙ୍କୁ ଟକ୍କର ଦେବେ BJP'ର ଏହି ନେତା

Haryana BJP Candidates Second List: ଆଜି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ଦଳ 21 ଜଣଙ୍କ ନାଁ ସାମିଲ କରିଛି । ଦୁଇ ମୁସଲମାନ ପ୍ରାର୍ଥୀଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ଦ୍ୱିତୀୟ ତାଲିକା ସହିତ ବିଜେପି ହରିୟାଣାର 90 ଟି ସିଟ୍ ମଧ୍ୟରୁ 88 ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ତାଲିକାରେ 67 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଦୁଇଟି ଆସନରେ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

Haryana BJP Candidates Second List


ଏଥର ହରିୟାଣାର ଜୁଲାନାରେ ହାଇପ୍ରୋଫାଇଲ ଲଢେଇ ହେବା ପାଇଁ ଯାଉଛନ୍ତି । ଗୋଟେ ପଟେ କଂଗ୍ରେସ ରେସଲର ତଥା ଅଲିମ୍ପିଆନ ଭିନେଶ ଫୋଗାଟଙ୍କୁ ପ୍ରାର୍ଥା କରିଥିବା ବେଳେ ବିଜେପି ବିଜେପି କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ପ୍ରାର୍ଥୀ କରିଛି। ଭିନେଶ କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଜୁଲାନା ଆସନରୁ ପ୍ରାର୍ଥୀ କରିଥିଲା। ଯାହା ପରେ ନିର୍ବାଚନୀ ମୈଇଦାନରେ ତାଙ୍କୁ ବିଜେପି ପକ୍ଷରୁ କିଏ ଟକ୍କର ଦେବ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା । ହେଲେ ଆଜି ଏହି ସସପେନ୍ସରୁ ପର୍ଦ୍ଦା ଉଠିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+