ବଦଳିଲା ହରିୟାଣା ବିଧାନସଭା ନିର୍ବାଚନ ତାରିଖ, ଅକ୍ଟୋବର ୧ ବଦଳରେ ୫ରେ ହେବ ଭୋଟ ଗ୍ରହଣ
Haryana Assembly Election 2024: ବଦଳିଛି ହରିୟାଣା ବିଧାନସଭା ନିର୍ବାଚନ ତାରିଖ। ପୂର୍ବରୁ ଅକ୍ଟୋବର ୧ରେ ଭୋଟିଂ ହେବାର ଥିଲା। କିନ୍ତୁ ଆଜି ଭାରତୀୟ ନିର୍ବାଚନ କମିଶନ ୧ ବଦଳରେ ଅକ୍ଟୋବର ୫ରେ ଭୋଟିଂ ହେବ ବୋଲି ଘୋଷଣା କରିଛନ୍ତି। ସେହିପରି ହରିୟାଣା ଓ ଜମ୍ମୁ କଶ୍ମୀରର ମତଗଣନା ତାରିଖ ମଧ୍ୟ ବଦଳି ଯାଇଛି । ଏହି ଦୁଇ ରାଜ୍ୟରେ ଅକ୍ଟୋବାର ୪ ବଦଳରେ ଅକ୍ଟୋବର ୮ ତାରିଖରେ ଫଳାଫଳ ଘୋଷଣା ହେବ । ଏହି ଦୁଇ ରାଜ୍ୟର ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗଙ୍କ ତରଫରୁ ବଡ଼ ନିଷ୍ପତ୍ତି ନିଆଯାଇଛି ।
କମିଶନ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଜାତୀୟ, ଆଞ୍ଚଳିକ ଦଳ ଓ ବିଷ୍ଣୋଇ ସମାଜ ପକ୍ଷରୁ ତାରିଖ ବଦଳାଇବାକୁ ଦାବି ହୋଇଥିଲା। ହରିୟାଣାରୁ ରାଜସ୍ଥାନ ଯାଏ ବିଷ୍ଣୋଇ ସଂପ୍ରଦାୟର ଲୋକ ଶତାବ୍ଦୀ ପୁରୁଣା ଅସୋଜ ଅମାବାସ୍ୟା ଉତ୍ସବ ପାଳନ କରିବେ। ଏହାଦ୍ୱାରା ଭୋଟ ହାର ହ୍ରାସ ପାଇବାର ସମ୍ଭାବନା ରହିଛି। ତେଣୁ ତାରିଖକୁ ପରିବର୍ତ୍ତନ କରାଯାଇଥିବା କମିଶନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ନିର୍ବାଚନ ପୂର୍ବରୁ ଏବଂ ପରେ ଛୁଟିଦିନ ହେତୁ ଭୋଟ୍ ହାର ହ୍ରାସ ହେବାର ସମ୍ଭାବନା ସମ୍ପର୍କରେ ବିଜେପି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଥିଲା । ବିଜେପି ନେତା ତଥା ହରିୟାଣା ବିଜେପି ରାଜ୍ୟ ସଭାପତି ମୋହନ ଲାଲ ବଡୋଲି ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି ଭୋଟ୍ ତାରିଖ ବଦଳାଇବାକୁ ଦାବି କରିଥିଲେ ।
ଚିଠିରେ କୁହାଯାଇଥିଲା ଯେ ହରିୟାଣାରେ ଭୋଟ୍ ଦେବାର ତାରିଖ ଅକ୍ଟୋବର ୧। ତେଣୁ ଛୁଟିଦିନ ଯୋଗୁ ଭୋଟ୍ ହାରରେ ହ୍ରାସ ଘଟିପାରେ। ବାଡୋଲି କହିଥିଲେ ସେପ୍ଟେମ୍ବର ୨୮ ତାରିଖ ଶନିବାର ଏବଂ ସେପ୍ଟେମ୍ବର ୨୯ ରବିବାର।












Click it and Unblock the Notifications