ହରିୟାଣା ବିଜେପିର ବଢିଲ ଶକ୍ତି, ୩ ସ୍ୱାଧୀନ ବିଧାୟକ ଦଳକୁ କଲେ ସମର୍ଥନ

Haryana Assembly Elections : ହରିୟାଣାରେ ବଡ଼ ବାଜିମାତ କରିଛି ବିଜେପି । ଏକଜିଟ୍ ପୋଲ୍‌କୁ ଭୁଲ ପ୍ରମାଣିତ କରି ବିଜେପି ବହୁମତ ହାସଲ କରିଛି । ସରକାର ଗଢ଼ିବା ଲାଗି ୪୬ଟି ଆସନ ଦରକାର ଥିବା ବେଳେ ବିଜେପି ଏକାକୀ ୪୮ଟି ସିଟ୍‌ରେ ବିଜୟୀ ହୋଇଛି । ସେହିଭଳି କଂଗ୍ରେସ ଖାତାକୁ ଯାଇଛି ୩୭ଟି ଆସନ । ଏହା ବ୍ୟତୀତ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଜିତିଛନ୍ତି ।

ଏପରି ସ୍ଥିତିରେ ଆଜି ଭାଜପାରେ ସାମିଲ ହୋଇଛନ୍ତି ୩ ଜଣ ସ୍ୱାଧୀନ ବିଧାୟକ। ଆଜି ସ୍ୱାଧୀନ ବିଧାୟକ ଦେବେନ୍ଦ୍ର କାଡୟାନ ଓ ରାଜେଶ ଜୋନ ବିଧିବଦ୍ଧ ଭାବେ ଭାଜପାରେ ମିଶିଛନ୍ତି। ଦେବେନ୍ଦ୍ର ପୂର୍ବରୁ ଭାଜପାରେ ଥିଲେ। କିନ୍ତୁ ଟିକେଟ ନ ମିଳିବାରୁ ସେ ସ୍ୱାଧୀନ ଭାବେ ଗନାଉର ଆସନରୁ ଲଢି ବିଜୟୀ ହୋଇଥିଲେ। ସେହିପରି ରାଜେଶ ବାହାଦୂରଗ ଭାଜପା ପ୍ରାର୍ଥୀଙ୍କୁ ହରାଇ ବାଜିମାତ କରିଥିଲେ।

bjp flag

ହରିୟାଣାରେ ବିଜେପିର ନିର୍ବାଚନୀ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାଙ୍କ ସହ ବୈଠକ ପରେ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେଇଛନ୍ତି । ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ, ଦେବେନ୍ଦ୍ର କାଦିୟାନ ଏବଂ ରାଜେଶ ଜୁନ୍ ବିଜେପିକୁ ସମର୍ଥନ ଦେବା ପରେ ଦଳର ବିଧାୟକଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+