Haryana Assembly Elections 2024: ହରିୟାଣା ନିର୍ବାଚନରେ ଜିଲାପି ଫ୍ୟାକ୍ଟର କ'ଣ ?

Haryana Assembly Elections 2024: ହରିୟାଣା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବା ପରେ ଚାରିଆଡ଼େ ଜିଲାପିକୁ ନେଇ ଚର୍ଚ୍ଚା । ଜିଲାପି ଖାଇଲେ ରାହୁଲ ଗାନ୍ଧି, ହେଲେ ସ୍ୱାଦ ନେଇଗଲା ବିଜେପି। ହରିୟାଣାରେ ବିଜେପିର ଜବରଦସ୍ତ ବିଜୟ ପରେ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି ହ୍ୟାଶ ଟ୍ୟାଗ୍ ଜଲେବି।

ତେବେ ହରିୟାଣା କ୍ଷମତା ରାଜନୀତିରେ କ'ଣ ଏଇ ଜଲେବିର କାହାଣୀ?

ଭୋଟ ଗଣତି ଆରମ୍ଭରୁ ଜେଲବି ଟ୍ରେଣ୍ଡ କରୁ ନଥିଲା। କିନ୍ତୁ ବିଜେପି ଆଗୁଆ ହେବା ମାତ୍ରେ ଭାଇରାଲ୍ ହେବାରେ ଲାଗିଥିଲା ଜଲେବି । ନେତାଙ୍କ ହାତରେ ଜଲେବି, ପଲିଟିକାଲ୍ ବଜ୍ ୱାର୍ଡ ପାଲଟିଛି ଜଲେବି । କିନ୍ତୁ କାହିଁକି?

ଜଲେବି ଟ୍ରେଣ୍ଡ୍ ପଛରେ କାରଣ କ'ଣ?

ଏହା ପଛରେ ରହିଛି ବିଜେପିର ହରିୟାଣା ହ୍ୟାଟ୍ରିକ୍ । କଂଗ୍ରେସକୁ ଜାଟ୍‌ ଭୂମିରେ ଝଟକା ଲାଗିବା ପରେ ସୋଶାଲ ମିଡିଆରେ ରାହୁଲ ଗାନ୍ଧିଙ୍କୁ ବିଜେପି ସମର୍ଥକ ଛିଗୁଲେଇବାରେ ଲାଗିଛନ୍ତି । ସେମାନେ କହୁଛନ୍ତି ଯେ ଜଲେବି ତେରା, ହରିୟାଣା ମେରା । ଆଉ କେହି କେହି ଫଟୋର କ୍ୟାପସନ୍ ରଖୁଛନ୍ତି, ଜଲେବି ରେଡି ହେ ।

ଏକଜିଟ୍ ପୋଲ୍ ଆକଳନରେ ଉତ୍ସାହିତ ଥିବା କଂଗ୍ରେସ ଶିବିରରେ ଜଲେବି ବଣ୍ଟା ଚାଲିଥିଲା । ଆଜି ଗଣତି ଆରମ୍ଭ ହେଉ ହେଉ ବି ଜଲେବି ସେଲିବ୍ରେସନ ହୋଇଥିଲା । ହେଲେ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ଶିବିରରେ ଜମିଥିଲା ଜଲେବିର ଆସର । ବିଜୟ ଉତ୍ସବ ପାଇଁ ନିଜେ ଜଲେବି ଛାଣିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ।

ହରିୟାଣା ନିର୍ବାଚନ ଫଳାଫଳ ସହ ଜଲେବିର ସଂପର୍କ କଣ?

କଥା ହେଉଛି, ହରିୟାଣା ଗୋହାନାରେ ଖୁବ୍ ପ୍ରସିଦ୍ଧ ମାତୁରାମ ହାଲୱାଇଙ୍କ ଜଲେବି। ପ୍ରାୟ ୬ ଦଶନ୍ଧି ଧରି ସେଠି ଶୁଦ୍ଧ ଘିଅରେ ଛଣା ହେଉଥିବା ଜଲେବିର ଓଜନ ଗୋଟାକୁ ପ୍ରାୟ ଅଢ଼େଇ ଶହ ଗ୍ରାମ୍।

ହରିୟାଣା ନିର୍ବାଚନ ପ୍ରଚାର ବେଳେ ଏହି ଫେମସ୍ ଜଲେବି ଖାଇବା ସହ ଏହା କଥା ଭାଷଣରେ ଉଠାଇଥିଲେ ରାହୁଲ ଗାନ୍ଧି । କହିଥିଲେ, ଏଭଳି ଜଲେବି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଓ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ ।

ହେଲେ ଏହାକୁ କଟାକ୍ଷ କରିଥିଲେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ । ସେ କହିଥିଲେ, ରାହୁଲ ଜାଣିନାହାନ୍ତି ଜଲେବି କେମିତି ତିଆରି ହୁଏ ଓ କେମିତି ବିକ୍ରି ହୁଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଜଲେବି କଥା ଉଠାଇ କହିଥିଲେ, "ଇଣ୍ଡି ମେଣ୍ଟ ଯଦି କ୍ଷମତାକୁ ଆସେ ୫ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀ କରିବା ପାଇଁ ସେମାନଙ୍କ ପାଖରେ ଫର୍ମୁଲା ଅଛି । ସେମାନଙ୍କୁ ପଚାର ଏହା ପ୍ରଧାନମନ୍ତ୍ରୀ ପଦ ନା ମାତୁ ରାମ୍ କି ଜଲେବି?" ଆଉ ଏବେ ହରିୟାଣାରେ ବିଜେପିର ଜିତାପଟ ପରେ, କଂଗ୍ରେସ ପାଇଁ ବୁମେରାଂ ହୋଇଯାଇଛି କଂଗ୍ରେସର ଜଲେବି ଫର୍ମୁଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+