Haryana Assembly Election Results 2024: ଏକଜିଟ୍ ପୋଲ ମାରିଲା ଫେଲ୍ ! ବିଜେପି ଆଗରେ

ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ସାରା ଦେଶରୁ ମିଶ୍ରିତ ପ୍ରତିକ୍ରିୟା ଆସୁଛି । କେତେବେଳ ବି ଏହି ବାଜି ଓଲଟି ଯାଇପାରେ । ହରିୟାଣାରେ ଏପର୍ଯ୍ୟନ୍ତ ହୋଇଥିବା ଟ୍ରେଣ୍ଡ ଅନୁଯାୟୀ, ସମସ୍ତ ଏକଜିଟ ପୋଲ ବିଫଳ ହୋଇଥିବା ଜଣାପଡିଛି ।

ଟ୍ରେଣ୍ଡରେ ୪୭ଟି ଆସନରେ ଭାଜପା ଆଗରେ ରହିଛି। ଅନ୍ୟପଟେ କଂଗ୍ରେସ ୩୬ଟି ଆସନରେ ଆଗୁଆ ରହିଛି। ଏଥିସହିତ ଏହା ଅନ୍ୟ ୭ଟି ଆସନରେ ଆଗରେ ରହିଛି। ଏଥି ସହିତ ଅଧିକାଂଶ ଏକଜିଟ ସର୍ଭେରେ ହରିୟାଣାରେ କଂଗ୍ରେସ ସରକାର ଗଠନ ଦେଖାଯାଇଥିଲା। ପୋଲ୍‌ ଅଫ ପୋଲ୍‌ରେ କଂଗ୍ରେସ ହରିୟାଣାରେ ୫୫ଟି ଆସନ ପାଇଥିବାବେଳେ ଭାଜପା ୨୫ଟି ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଥିଲା।

୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ଏକଜିଟ ପୋଲ ପୂର୍ବାନୁମାନ କରିଥିଲା ଯେ ଭାଜପା ୬୧ଟି ସିଟ ପାଇବ। ତେବେ ଫଳାଫଳ ଏକଜିଟ ପୋଲ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଭାଜପା ୪୦ଟି ଆସନ ଜିତିଥିଲା। କଂଗ୍ରେସ ୩୧ଟି ଆସନ ଜିତିବାରେ ସଫଳ ହୋଇଥିଲା। ଯାହା ଭାଜପାର ସ୍ବଚ୍ଛ ସଂଖ୍ୟାଗରିଷ୍ଠତା ବିଷୟରେ ଏକଜିଟ ପୋଲ ପୂର୍ବାନୁମାନର ବିପରୀତ ଥିଲା। ସି ଭୋଟର ମଧ୍ୟ ପୂର୍ବାନୁମାନ କରିଥିଲେ ଯେ ଭାଜପା ୭୨ଟି ଆସନ ଜିତିବ, ଯାହା ଭୁଲ ପ୍ରମାଣିତ ହୋଇଥିଲା।

Haryana Assembly Election Results 2024

ତେବେ ସବୁଠୁ ବଡ଼ ରୋଚକ କଥା ହରିୟାଣାରେ ବହୁମତ ଉପରେ ବିଜେପିର ସଂଖ୍ୟା ଆସିବା ପରେ ସେଲିବ୍ରେସନ ବନ୍ଦ କରିଦେଲା କଂଗ୍ରେସ । ସେପଟେ ଭୋଜି ଭାତ ଆୟୋଜନ ନେଇ ବିଜେପି ପକ୍ଷରୁ ଚାଲିଛି ଆୟୋଜନ । ପ୍ରାଥମିକ ଟ୍ରେଣ୍ଡରେ କଂଗ୍ରେସର ଭଲ ପ୍ରଦର୍ଶନ ଦେଖି ମିଠା ବାଣ୍ଟିବା ସହ ବାଣ ଫୁଟାଇ ନାଚଗୀତ କରିଥିଲେ କଂଗ୍ରେସ କର୍ମୀ । ତେବେ ପରେ ତାହା ବନ୍ଦ ହୋଇଯାଇଛି।

ଏହା ଭିତରେ ନଡ୍ଡା ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଡାକିଛନ୍ତି ଗୁରୁତ୍ବପୂର୍ଣ୍ଣ ବୈଠକ । ଦଳର ସାଧାରଣ ସମ୍ପାଦକଙ୍କ ସହ ଆଲୋଚନା ହେବ । ହରିୟାଣାରେ ପ୍ରାରମ୍ଭିକ ଟ୍ରେଣ୍ଡ ନେଇ ଆଲୋଚନା ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+