Haryana Assembly Election: ଥମିଲା ପ୍ରଚାର, ଆସନ୍ତା ୫ରେ ରାଜ୍ୟବାସୀ ବାଛିବେ ତାଙ୍କ ନେତା
Haryana Assembly Election: ହରିଆଣା ବିଧାନସଭା ନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭା ଲାଗି ଆସନ୍ତା ଶନିବାର ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ଆସନ୍ତା ୮ ତାରିଖ ଦିନ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ ।
ଆଉ ଏସବୁ ମଧ୍ୟରେ ନିର୍ବାଚନ ଆୟୋଗ ଶନିବାର ସନ୍ଧ୍ୟା ୬ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଗଣମାଧ୍ୟମରେ ନିର୍ବାଚନ ସଂକ୍ରାନ୍ତ ଏକ୍ଜିଟ୍ ପୋଲ୍ ଉପରେ ନିଷେଧାଦେଶ ଜାରି କରିଛନ୍ତି । ପ୍ରଚାରର ଆଜି ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନସମାବେଶ ଏବଂ ରୋଡ୍ ଶୋ'ରେ ଅଂଶଗ୍ରହଣ କରି ପ୍ରଚାର କରିଥିଲେ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ବିଭିନ୍ନ ନିର୍ବାଚନୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ଦିପେନ୍ଦ୍ର ସିଂହ ହୁଦା ଏବଂ ଜନନାୟକ ଜନତା ପାର୍ଟିର ବରିଷ୍ଠ ନେତା ନୈନା ଚୌତାଲା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ଅଂଶଗ୍ରହଣ କରିଥିଲେ ।












Click it and Unblock the Notifications