Haryana Assembly Election 2024;ଅପରାହ୍ନ ୪ ଟା ସୁଦ୍ଧା ୫୪.୩ ପ୍ରତିଶତ ମତଦାନ ହୋଇଛି
ଜାରି ରହିଛି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ । ଏହି ନିର୍ବାଚନରେ ଅପରାହ୍ନ ୪ଟା ଯାଏ ୫୪.୩ ପ୍ରତିଶତ ମତଦାନ ହୋଇଛି ।
ପଞ୍ଚକୁଲାରେ - ୫୩.୫, ଅମ୍ବାଲା - ୫୫.୬ ଯମୁନାଗର - ୬୩.0 କୁରୁକ୍ଷେତ୍ର - ୫୫.୬, କର୍ଣ୍ଣଲ - ୫୨.୩ ପାନିପାତ - ୫୮.୧ ସୋନିପତ - ୫୩.୧ ଫତେହାବାଦ - ୫୫.୯ ସିର୍ସା - ୫୪.୮ ହିସାର - ୫୪.୭, ଭିୱାନୀ - ୫୮.୭ ଛାରଖି ଦାଦ୍ରି - ୫୮.୧ ରେୱାରୀ - ୫୩.୨ ଗୁରୁଗ୍ରାମ - ୪୮.୮ ମେୱାଟ - ୬୦.୬ ପାଲୱାଲ - ୫୭.୧ ଫରିଦାବାଦ - ୪୪.୨ ମତଦାନ ହୋଇଛି ।

ଆଜି ୯୦ଟି ଆସନ୍ ପାଇଁ ମତଦାନ ଗ୍ରହଣ କରାଯାଉଛି ଏବଂ ଅକ୍ଟୋବର ୮ ତାରିଖରେ ଭୋଟ ଫଳାଫଳ ଆସିବ । ହରିଆଣାରେ ଚଳିତ ନିର୍ବାଚନ ରୋଚକ ହେବାକୁ ଯାଉଛି । ଶାସକ ଦଳ ବିଜେପି ପୁଣି ଥରେ ବିଜୟୀ ହୋଇ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ରହିଛି। ସେହିପରି ଦୀର୍ଘ ଦିନ ପରେ କ୍ଷମତା ଗାଦିକୁ ଫେରିବା ଆଶା ରଖିଛି କଂଗ୍ରେସ । ଅନ୍ୟପଟେ ଆମ ଆଦମୀ ପାର୍ଟି, ଜେଜେପି-ଆଜାଦ ସମାଜ ପାର୍ଟି, ଆଇଏନଏଲଡି-ପିଏସପି ମେଣ୍ଟ ଭାବେ ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ।
ଏଥରେ ନିର୍ବାଚନୀ ମୈଦାନରେ ମୋଟ ୯୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୨୦ ହଜାର ୧୦୩୧ ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ୧୦୧ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।












Click it and Unblock the Notifications