Get Updates
Get notified of breaking news, exclusive insights, and must-see stories!

Haryana and Jammu Kashmir Exit Polls: କିଏ କରିବ ସରକାର ? କଣ କହୁଛି ଏକଜିଟ୍ ପୋଲ

ଜମ୍ମୁ-କାଶ୍ମୀରରେ ଭୋଟ ଗ୍ରହଣ ସରିଥିବା ବେଳେ ଆଜି ହରିୟାଣାର ଭୋଟର୍ ନୂଆ ବିଧାନସଭା ପାଇଁ ମତ ସାବ୍ୟସ୍ତ କରିଛନ୍ତି । ପ୍ରାର୍ଥୀଙ୍କ ଭାଗ୍ୟ EVMରେସିଲ ହୋଇଛି । ଅପେକ୍ଷା ଆସନ୍ତା ୮ ତାରିଖକୁ । ସେହିଦିନ ଭୋଟ ଗଣସି ହେବା ସହ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ । ଏକଜିଟ୍ ପୋଲ ଫଳାଫଳ ଶକ୍ତ ଝଟକା ଦେଇଛି । ହରିୟାଣାରେ ୧୦ ବର୍ଷ ପରେ କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିପାରେ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଦାବି କରାଯାଇଛି । ସେହିପରି ଜମ୍ମୁ-କାଶ୍ମୀରରେ ମଧ୍ୟ ଇଣ୍ଡି ମେଣ୍ଟ ଆଗରେ ଥିବେ ଏକଜିଟ୍ ପୋଲ ଦାବି କରିଛି ।

ଉଭୟ ରାଜ୍ୟରେ ୯୦-୯୦ଟି ଆସନ:

ଉଭୟ ଜମ୍ମୁ- କାଶ୍ମୀର ଓ ହରିୟାଣାରେ ୯୦ଟି ଲେଖାଏଁ ବିଧାନସଭା ଆସନ ଅଛି । ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଆଜି (ଶନିବାର) ହରିୟାଣାର ସମସ୍ତ ୯୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଧାରା ୩୭୦ ଉଠିବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେଣୁ ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଏଥି ସହିତ ଗତ ୧୦ ବର୍ଷ ଧରି ହରିୟାଣାରେ ବିଜେପି ସରକାର ଅଛି । ଏଥର କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବାକୁ ଆଶା ରଖିଛି ।

Haryana and Jammu Kashmir Exit Polls

ହରିୟାଣାରେ ବାଜି ମାରିପାରେ କଂଗ୍ରେସ:

ଚଳିତ ବର୍ଷ ହୋଇଥିବା ଲୋକସବା ନିର୍ବାଚନ ପରେ ୯୦ ଆସନ ବିଶିଷ୍ଟ ଜମ୍ମୁ-କଶ୍ମୀର ଓ ହରିୟାଣାରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ପୂର୍ବରୁ ଜମ୍ମୁ-କଶ୍ମୀର ଭୋଟ ଗ୍ରହଣ ସରିଥିବା ବେଳେ ଆଜି ହରିୟାଣାରେ ମତଦାନ ଶେଷ ହୋଇଛି । ଭୋଟ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ କଂଗ୍ରେସକୁ ବହୁମତ ମିଳିପାରେ ବୋଲି ଦାବି କରିଛନ୍ତି । ହରିୟାଣାରେ ସରକାର ଗଠନ ପାଇଁ ଥିବା ମ୍ୟାଜିକ ନମ୍ବର ୪୬ରୁ ଅଧିକ ଆସନରେ କଂଗ୍ରେସ ବାଜିପାମ କରିବ ବୋଲି ଏକଜିଟ ପୋଲ ଫଳାପଳରୁ ପ୍ରକାଶ ପାଇଛି । ସେହିପରି ଲଗାତାର ୨୦୧୪ ଓ ୨୦୧୯ରେ ହରିୟାଣାରେ ସରକାରରେ ଥିବା ବିଜେପି ହାଟ୍ରିକ ମାରିବା ଲକ୍ଷ୍ୟରେ ବ୍ରେକ ଲାଗିପାରେ ।

  • ରିପ୍ଲବିକ ଭାରତ-ମାଟ୍ରିଜ କରିଥିବା ଏକଜିଟ ପୋଲ ତଥ୍ୟ ଅନୁଯାୟୀ, ହରିୟାଣାର ୯୦ଟି ଆସନ ମଧ୍ୟରୁ କଂଗ୍ରେସ ଏକାକୀ ୫୫ରୁ ୬୨ଟି ଆସନ ଜିତିବ। ବିଜେପି ୧୮ରୁ ୨୪ଟି, ଆଇଏନଏଲଡି ୦୩ରୁ ୦୬, ଜେଜେପି ଶୂନରୁ ୩ ଓ ଅନ୍ୟାନ୍ୟ ଦଳ ୨ରୁ ୫ଟି ଆସନ ଜିତି ପାରନ୍ତି।
  • ପିପୁଲ୍ସ ପ୍ଲସ କହିଛି ଯେ କଂଗ୍ରେସ ୪୯ରୁ ୬୧, ବିଜେପି ୨୦ରୁ ୩୨, ଜେଜେପି ଶୂନରୁ ୧, ଆପ୍‌ ଶୂନ ଓ ଅନ୍ୟାନ୍ୟ ଦଳ ୩ରୁ ୫ଟି ଆସନ ଜିତବ।
  • ଧ୍ରୁବ ରିସର୍ଚ୍ଚ କହିଛି କଂଗ୍ରେସ ୫୦ରୁ ୬୪, ବିଜେପି ୨୨ରୁ ୩୨ ଓ ଅନ୍ୟାନ୍ୟ ଦଳ ୨ରୁ ୮ଟି ଆସନ ଜିତି ପାରନ୍ତି। ସେହିପରି ଆପ ଓ ଜେଜେପି ଖାତା ଖୋଲିପାରିବେ ନାହିଁ।
  • ଦୈନିକ ଭାସ୍କର କହିଛି ଯେ କଂଗ୍ରେସ ୪୪ରୁ ୫୪, ବିଜେପି ୧୫ରୁ ୨୯, ଆଇଏନଏଲଡି ୧ରୁ ୫, ଆପ୍‌ ୧, ଜେଜେପି ୧ ଓ ଅନ୍ୟାନ୍ୟ ଦଳ ୪ରୁ ୯ଟି ଆସନ ଜିତିପାରନ୍ତି।
  • ରିପବ୍ଲିକ ଟିଭି-ପିଏମଆରକ୍ୟୁ କହିଛି ଯେ କଂଗ୍ରେସ ୫୧ରୁ ୬୧, ବିଜେପି ୨୭ରୁ ୩୫, ଜେଜେପି ଶୂନ, ଆଇଏନଏଲଡି ୩ରୁ ୬ ଓ ଆପ୍‌ ଖାତା ଖୋଲିପାରିବ ନାହିଁ।
  • ଜିଷ୍ଟ-ଟିଫ ରିସର୍ଚ୍ଚ ତା'ର ଏକଜିଟ ପୋଲରେ ଆକଳନ କରିଛି ଯେ କଂଗ୍ରେସ ୪୫ରୁ ୫୩, ବିଜେପି ୨୯ରୁ ୩୭, ଆଇଏନଏଲଡି ୦-୨ ଓ ଅନ୍ୟାନ୍ୟ ଦଳ ୪ରୁ ୬ଟି ଆସନ ଜିତିବେ।
  • ଇଣ୍ଡିଆ ଟୁଡେ-ସି ଭୋଟର କହିଛି ଯେ କଂଗ୍ରେସ ୫୦ରୁ ୫୮, ବିଜେପି ୨୦ରୁ ୨୮, ଜେଜେପି ୦-୨ ଓ ଅନ୍ୟାନ୍ୟ ଦଳ ୧୦ରୁ ୧୪ଟି ଆସନ ଜିତି ପାରନ୍ତି।

ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା Exit Poll

ଜମ୍ମୁ-କାଶ୍ମୀର: ୯୦ ଆସନ

ପିପୁଲ୍ସ ପ୍ଲସ (PEOPLES PULSE)

ନ୍ୟାସନାଲ କନଫେରେନ୍ସ: ୩୩-୩୫

ବିଜେପି: ୨୩-୨୭

କଂଗ୍ରେସ: ୧୩-୧୫

ପିଡିପି: ୭-୧୧

ଅନ୍ୟ-୪-୫

ଇଣ୍ଡିଆ ଟୁଡେ-ସି ଭୋଟର ( India Today-C-Voter)

କଂଗ୍ରେସ-ଏନସି: ୪୦-୪୮

ଭାଜପା: ୨୭-୩୨

ପିଡିପି:୬-୧୨

ଅନ୍ୟ:୬-୧୧

ହରିୟାଣା: ୯୦ ଆସନ

ପିପୁଲ୍ସ ପ୍ଲସ (PEOPLES PULSE)

କଂଗ୍ରେସ:୪୯-୬୧

ବିଜେପି: ୨୦-୩୨

ଜେଜେପି:୦-୩

ଅନ୍ୟ: ୫-୮

ଧ୍ରୁବ ରିସର୍ଚ୍ଚ (Dhruva Research)

କଂଗ୍ରେସ: ୫୦-୬୪

ବିଜେପି: ୨୨-୩୨

ରିପ୍ଲବିକ ଭାରତ-ମାଟ୍ରିଜ ( Republic Bharat Matrize)

ରିପ୍ଲବିକ ଭାରତ-ମାଟ୍ରିଜ ଏକଜିଟ ପୋଲ ଅନୁସାରେ, ହରିୟାଣାରେ କଂଗ୍ରେସକୁ ୫୫-୬୨ଟି ଆସନ ମିଳିପାରେ । ସେହିପରି ବିଜେପିକୁ ୧୮-୨୪ ଆସନ, ଜେଜେପିକୁ ୦-୩ ଆସନ ଓ ଅନ୍ୟ ୫-୧୧ ଆସନ ମିଳିପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+