ଭୟଙ୍କର ଦୁର୍ଘଟଣା, ଆଖିବୁଜିଲେ ଗୋଟିଏ ପରିବାରର ୭ ଜଣ
ଚଣ୍ଡିଗଡ଼: ହରିୟାଣାର ଅମ୍ବାଲାରେ ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଓ ଯେଉଁଥରେ ମା ବୈଷ୍ଣା ଦେବୀଙ୍କର ୭ ଭକ୍ତଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଗୋଟିଏ ପରିବାରର ବୋଲି ଜଣାଯାଇଛି । ଏହାବାଦ ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ମିନି ବସ୍ରେ ପ୍ରାୟ ୩୫ ଯାତ୍ରୀ ବୈଷ୍ଣୋ ଦେବୀଙ୍କ ଦର୍ଶନ ନିମନ୍ତେ ଯାଉଥିଲେ ।
ଗତ ରାତିରେ ଗାଡ଼ିଟି ଦିଲ୍ଲୀ - ଜମ୍ମୁ ଜାତୀୟ ରାଜପଥରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଯାଉଥିବା ମିନି ବସ୍କୁ ଟ୍ରକ୍ଟି ପିଟିବାରୁ ବସ୍ଟି ଚୁରମାର ହୋଇ ଯାଇଛି । ସୂଚନା ଅନୁଯାୟୀ, ମୃତାହତମାନେ ଉତ୍ତରପ୍ରଦେଶର ବୁଲନ୍ଦସହର ବାସିନ୍ଦା । ସମସ୍ତେ ଗୋଟିଏ ପରିବାରର । ସମସ୍ତେ ମିଶି ଜମ୍ମୁ-କାଶ୍ମୀର ସ୍ଥିତ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଏକ ମିନି ବସ୍ରେ ଯାଉଥିଲେ ।

ଆଜି ଭୋର୍ ସମୟରେ ଅମ୍ବାଲା ଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥରେ ବସ୍ ଆଡକୁ ବଢୁଥିବା ବେଳେ ହଠାତ୍ ଏକ ଦ୍ରୁତଗାମୀ ଟ୍ରକ ଆସି ପଛପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ ନିମିଷକରେ ମିଳାଇ ଯାଇଥିଲା ସବୁ ଖୁସି । ଦୁର୍ଘଟଣାରେ ବସ୍ଟି ପୁରା ଚୁରାମାର୍ ହୋଇଯାଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।
ପୋଲିସ ପହଞ୍ଚି ବସ୍ ଭିତରୁ ମୃତାହତମାନଙ୍କୁ ବାହାର କରିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁମାନଙ୍କ ଅବସ୍ଥା ସଂକଟାପନ୍ନ ଅଛି, ସେମାନଙ୍କୁ ଅମ୍ବାଲା ଛାବନି ସ୍ଥିତ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।












Click it and Unblock the Notifications