Get Updates
Get notified of breaking news, exclusive insights, and must-see stories!

ବସରେ ଲାଗିଲା ନିଆଁ: ୮ ଜଣ ଜୀବନ୍ତ ଦଗ୍ଧ

ହରିୟାଣା: ଏକ ଟୁରିଷ୍ଟ ବସରେ ନିଆଁ ଲାଗି ୮ ଜଣ ଜୀବନ୍ତ ଦଗ୍ଧ । ୨୪ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି । ବସଟି ୬୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ନୁହ ନିକଟରେ ଅଘଟଣ ଘଟିଥିବା ନେଇ ସୂଚନା । ଅଗ୍ନିକାଣ୍ତର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Haryana

ସୂଚନା ଅନୁସାରେ, ପାଖାପାଖି ୬୦ ଶ୍ରଦ୍ଧାଳୁଙ୍କୁ ନେଇ ମଥୁରା, ବୃନ୍ଦାବନ ଦର୍ଶନ କରିବା ସାରି ଫେରୁଥିବା ବେଳେ ଶୁକ୍ରବାର ବିଳମ୍ବ ରାତ୍ରୀରେ ଅଘଟଣ ଘଟିଛି । ବସରେ ମହିଳା ଏହଂ ଶିଶୁ ଅଧିକ ସଂଖ୍ୟାରେ ଥିବା ନେଇ ସୂଚନା । ନୁହ ତାବଡ ଉପମଣ୍ତଳ ସୀମାରେ ନିକଟରେ ରାତି ପ୍ରାୟ ୧.୩୦ ବେଳେ ବସରେ ନିଆଁ ଲାଗିବା ଯାଇଥିଲା । ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ପ୍ରଥମେ ସ୍ଥାନୀୟ ଲୋକ ବସରେ ନିଆଁ ଲାଗିଥିବାର ଦେଖିଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଆଁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏହାପରେ ଗାଡ଼ିର ମୃତ ଦେହ ଉଦ୍ଧାର କରାଯାଇଥିଲା ଏବଂ ସବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକ ପଞ୍ଜାବ ଓ ଚଣ୍ତିଗଡ଼ର ବାସିନ୍ଦା ବୋଲି ସୂଚନା ରହିଛି । ସମସ୍ତେ ବୃନ୍ଦାବନ ଏବଂ ମଥୁରା ଦର୍ଶନ କରି ଫେରୁଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+