ରାଜଧାନୀ ଦିଲ୍ଲୀରେ ‘ତ୍ରିରଙ୍ଗା ବାଇକ ରାଲି’ ଆୟୋଜନ, ଉପରାଷ୍ଟ୍ରପତି ସବୁଜ ପତାକା ଦେଖାଇ ଯାତ୍ରାକୁ ଉଦଘାଟନ କଲେ
Tiranga Bike Rally :Vice President Venkaiah Naidu Flag Off HarGharTiranga Bike Rally ରାଜଧାନୀ ଦିଲ୍ଲୀରେ ‘ତ୍ରିରଙ୍ଗା ବାଇକ ରାଲି’ ଆୟୋଜନ, ଉପରାଷ୍ଟ୍ରପତି ସବୁଜ ପତାକା ଦେଖାଇ ଯାତ୍ରାକୁ ଉଦଘାଟନ କଲେ
ନୂଆଦିଲ୍ଲୀ : ଏଥର ୧୫ ଅଗଷ୍ଟରେ ୭୬ ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଏନେଇ ଚାରିଆଡେ ଚାଲିଛି ପ୍ରସ୍ତୁତି । ଏହି ବିଶେଷ ଉତ୍ସବରେ 'ହର ଘର ତ୍ରିରଙ୍ଗା' ଅଭିଯାନ ପାଇଁ ପ୍ରସ୍ତୁତି ଚାଲିଛି । ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରିବା ପାଇଁ ଦେଶର ବିଭିନ୍ନ ରାଜ୍ୟର ସ୍ଥାନୀୟ ଲୋକମାନେ ତ୍ରିରଙ୍ଗା ଯାତ୍ରାରେ ବାହାରିଛନ୍ତି । ସ୍ଥାନୀୟ ଲୋକଙ୍କ ବ୍ୟତୀତ ବିଭିନ୍ନ ସରକାରୀ ବିଭାଗ ମଧ୍ୟ ଏଥିରେ ଭାଗ ନେଉଛନ୍ତି।

ଏହି ପର୍ଯ୍ୟାୟରେ ବୁଧବାର ଅଗଷ୍ଟ ୩ ଅର୍ଥାତ୍ ଆଜି ସଂସଦ ସଦସ୍ୟମାନେ ରାଜଧାନୀ ଦିଲ୍ଲୀରୁ ''ତ୍ରିରଙ୍ଗା ବାଇକ୍ ରାଲି''ରେ ବାହାରିଛନ୍ତି । ଲାଲକିଲ୍ଲାରେ ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁ ସବୁଜ ପତାକା ଦେଖାଇ ଯାତ୍ରା କୁଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସଦୀ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ପିୟୁଷ ଗୋୟଲ ଯୋଗ ଦେଇଥିଲେ । ମଙ୍ଗଳବାର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ତ୍ରିରଙ୍ଗା ଉତ୍ସବ ଆୟୋଜନ କରିବାର ଦିନକ ପରେ ତ୍ରିରଙ୍ଗା ବାଇକ ରାଲିର ଆୟୋଜନ କରାଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମଧ୍ୟ ସ୍କୁଟି ଚଳାଉଥିବାର ଦେଖିବା ପାଇଁ ମିଳିଥିଲା ।
Few more pictures from the 'Tiranga Utsav'. #HarGharTiranga pic.twitter.com/ebiiXNP5Uv
— Amit Shah (@AmitShah) August 2, 2022
'ହର ଘର ତ୍ରିରଙ୍ଗା' ଅଭିଯାନକୁ ସଫଳ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଦେଶରେ ତ୍ରିରଙ୍ଗା ଉତ୍ସବ ସଂସ୍କୃତି ମନ୍ତ୍ରାଳୟ ଆୟୋଜନ କରିବା ସହ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ ଦଳ ସଦସ୍ୟଙ୍କୁ ଯୋଗ ଦେବାକୁ ଅନୁରୋଧ କରିଥିଲେ । ସବୁ ଦଳର ସାଂସଦଙ୍କୁ ବୁଧବାର ପୂର୍ବାହ୍ନରେ ଲାଲ କିଲ୍ଲା ପହଞ୍ଚିବା ପାଇଁ ମଧ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।
Nari Shakti fostering the spirit of Ek Bharat Shreshtha Bharat at #AmritMahotsav Tiranga Bike Rally. #HarGharTiranga @DrBharatippawar @DarshanaJardosh @mpvadodara @MPDrBDShyal pic.twitter.com/gUpDB1f6tR
— Smriti Z Irani (@smritiirani) August 3, 2022
ତେବେ ଆସନ୍ତା 15 ଅଗଷ୍ଟ ସମସ୍ତଙ୍କୁ ନିଜ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିବାକୁ 'ମନ କି ବାତ'ରେ କହିଥିଲେ ପ୍ରଧାନମନ୍ତ୍ରୀ ।
It is a special 2nd August today! At a time when we are marking Azadi Ka Amrit Mahotsav, our nation is all set for #HarGharTiranga, a collective movement to celebrate our Tricolour. I have changed the DP on my social media pages and urge you all to do the same. pic.twitter.com/y9ljGmtZMk
— Narendra Modi (@narendramodi) August 2, 2022












Click it and Unblock the Notifications