ପାକିସ୍ତାନୀ ନେତାଙ୍କୁ କଡା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ, କହିଲେ କେବଳ....
ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଜବାବରେ ଭାରତ ସରକାର ସିନ୍ଧୁ ଜଳ ସନ୍ଧିକୁ ବାତିଲ କରି ପାକିସ୍ତାନକୁ ବୁନ୍ଦାଏ ପାଣି ଯେପରି ନଯିବ ତାହା ଉପରେ କାମ କରୁଛନ୍ତି । ଭାରତର ଏହି ନିଷ୍ପତ୍ତି ଉପରେ ପାକିସ୍ତାନୀ ନେତା ବିଲାବଲ୍ ଭୁଟ୍ଟୋ ଜରଦାରୀ ଏକ ବୟାନ ଦେଇଥିଲେ । ଯାହାର ଜବାବ ଏବେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଦେଇଛନ୍ତି ।
ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ସିନ୍ଧୁ ଜଳ ଚୁକ୍ତିର ବାତିଲ କରିବା ଉପରେ ଉତ୍ତେଜନାକାରୀ ବୟାନ ଦେଇଥିଲେ । ଭୁଟ୍ଟୋ କହିଥିଲେ, 'ଏହି ସିନ୍ଧୁ ନଦୀରେ ଆମ ପାଣି ବୋହିବ, ନଚେତ ସେମାନଙ୍କ ରକ୍ତ ବୋହିବ ।' ଏହା ଉପରେ କଡ଼ା ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ମୁଁ ତାଙ୍କ ବୟାନ ଶୁଣିଛି...କେଉଁଠି ପାଣି ଦେଖି ଡେଇଁ ପଡ଼ ବୋଲି ତାଙ୍କୁ କୁହ ।

ଆଗକୁ ଯେତେବେଳେ ପାଣି ନଥିବ, ସେତେବେଳେ ଡେଇଁବେ କେଉଁଠି ? ଏପରି ବୟାନକୁ ଗୁରୁତ୍ୱ ଦେବାର କୌଣସି ଆବଶ୍ୟକତା ନାହିଁ । ତାଙ୍କ ସହ କଣ ଘଟୁଛି, ସେମାନେ ନିଜ ଜାଣିପାରୁ ନାହାନ୍ତି । ସେମାନେ ଶୀଘ୍ର ସବୁ ବୁଝିପାରିବେ ।' କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ସିନ୍ଧୁ ଜଳ ସନ୍ଧି ବାତିଲ ପଦକ୍ଷେପକୁ ସଠିକ ଦର୍ଶାଇଛନ୍ତି ।
ସେ କହିଛନ୍ତି ଯେ ପାକିସ୍ତାନ ଲଗାତାର ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି, ତେଣୁ ଭାରତ ଏହି ସନ୍ଧିକୁ ବଜାୟ ରଖିବା ପାଇଁ ବାଧ୍ୟ ନୁହେଁ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୯୬୦ ଏପ୍ରିଲ୍ ୨୫ରେ ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ହୋଇଥିବା ଏହି ସନ୍ଧିକୁ ଭାରତ ବାତିଲ କରିଥିଲା ।












Click it and Unblock the Notifications