ଡିସକ୍ୱାଲିଫାଏଡ୍ ହେଲେ ଭିନେଶ ଫୋଗଟ, ହରଭଜନ ସିଂଙ୍କ ଦେଲେ ଏପରି ପ୍ରତିକ୍ରିୟା
Vinesh Phogat Disqualified: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ ଅଲିମ୍ପିକ୍ସ 2024 ରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟତା ଉପରେ ଏକ ପ୍ରତିକ୍ରିୟା ଦେଇଛନ୍ତି ।
Heartbreaking 💔💔💔💔💔 to know that Vinesh is Disqualified for the Final match . @Phogat_Vinesh You are our pride. Keep ur chin up .. you are our Gold Medal 🙌🙌🙌🙌🙌 pic.twitter.com/Qd6NnZiFWe
— Harbhajan Turbanator (@harbhajan_singh) August 7, 2024
ସାରା ଦେଶ ପରି ତାଙ୍କର ମଧ୍ୟ ହୃଦୟ ଭାଙ୍ଗି ଯାଇଛି ବୋଲି ସେ କହିଛନ୍ତି । ହେଲେ ତାଙ୍କର ହୃଦୟ ଜିଣିଲା ପରି ପୋଷ୍ଟ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ସେ ଲେଖିଛନ୍ତି, ଆପଣ ( ଭିନେଶ ଫୋଗଟ) ଆମ ପାଇଁ ସ୍ୱର୍ଣ୍ଣ ପଦକ ଅଟନ୍ତି।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମାତ୍ର 100 ଗ୍ରାମ ଓଜନ ଅଧିକ ହେତୁ ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସ 2024 ରୁ ଡିସକ୍ୱାଲିଫାଏଡ୍ ହୋଇଛନ୍ତି । ଅଲିମ୍ପିକ୍ 50 କିଲୋଗ୍ରାମ ଓଜନ ବର୍ଗ ରେସଲିଂ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଥିଲେ। ଭିନେଶ ତିନିଟି ମ୍ୟାଚ୍ ଜିତି ଫାଇନାଲରେ ସ୍ଥାନ ପାଇଥିଲେ, କିନ୍ତୁ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଓଜନ ବୃଦ୍ଧି ହେତୁ ତାଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଛି ।
ହରଭଜନ ସିଂ ସୋସିଆଲ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ଏହି ଖବର ଉପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ ବିନେଶଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକର କ୍ୟାପସନରେ ସେ ଲେଖିଛନ୍ତି, ହୃଦୟ ଭାଙ୍ଗି ଗଲା । ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ବିନେଶ, ତୁମେ ଆମର ଗର୍ବ, ତୁମେ ଆମର ସ୍ୱର୍ଣ୍ଣ ପଦକ।
#WATCH | On Indian wrestler Vinesh Phogat disqualified from Paris Olympics 2024, Former Indian cricketer and AAP MP Harbhajan Singh says "It is very unfortunate because Vinesh was so close to getting a gold medal. We were hopeful that she would return to India with a gold medal.… pic.twitter.com/fbmKLQeltf
— ANI (@ANI) August 7, 2024












Click it and Unblock the Notifications