Get Updates
Get notified of breaking news, exclusive insights, and must-see stories!

Har Ghar Tiranga: ଆଜିଠୁ ଆରମ୍ଭ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ସମସ୍ତ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ହେବ ରାଲି

Har Ghar Tiranga: ଆଜିଠୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଦେଶରେ ଅନୁଷ୍ଠିତ ହେବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ସେହିପରି ପ୍ରତି ବିଧାନସଭା ନିର୍ବାଚନ ମଣ୍ତଳୀରେ ତ୍ରିରଙ୍ଗା ରାଲି ଆସନ୍ତା ୧୩ ତାରିଖ ଯାଏଁ ଅନୁଷ୍ଠିତ ହେବ । ୧୪ ଏବଂ ୧୫ ତାରିଖରେ ଦେଶର ପ୍ରତ୍ୟେକ ଘର ଅଫିସରେ ଜାତୀୟ ପତାକା ଲଗାଇବା ନେଇ ଆହ୍ୱାନ ଦିଆଯାଇଛି । 'ମନ୍ କି ବାତ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ହର ଘର ତ୍ରିରଙ୍ଗା ବିଷୟରେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏହାକୁ ଜାତୀୟ ଉତ୍ସବରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ସହ ଜାତୀୟ ପତାକା ସହ ସେଲଫି ନେଇ ଅପଲୋଡ କରିବା ଏବଂ ଏନେଇ ଏକ ପ୍ରମାଣପତ୍ର ମିଳିବା ବିଷୟରେ ମଧ୍ୟ ମୋଦି କହିଛନ୍ତି । ତେବେ 'www.har ghar tiranga.com' ୱେବସାଇଟରେ ଲୋକ ମାନେ ଏହି ଫଟୋ ଅପଲୋଡ୍ କରିପାରିବେ । ଯେଉଁଥି ପାଇଁ ଏକ ପ୍ରମାଣପତ୍ର ମଧ୍ୟ ମିଳିବ ।

Har Ghar Tiranga

ସୂଚନାଥାଉ ଯେ, ଏହା ହର ଘର ତ୍ରିରଙ୍ଗାର କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ । ଗତ ଦୁଇ ବାର୍ଷ ହେବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ୨୦୨୨ ସ୍ୱାଧୀନତାର ୭୫ ବର୍ଷ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+