Get Updates
Get notified of breaking news, exclusive insights, and must-see stories!

Happy New Year: ନୂଆବର୍ଷ ପୂର୍ବରୁ ବର୍ଷ ୨୦୨୪ର ଶେଷ ସୂର୍ଯ୍ୟୋଦୟ, ଚନ୍ଦ୍ରଭାଗାରେ ପ୍ରବଳ ଭିଡ

ଆଉ କିଛି ସମୟର ଅପେକ୍ଷା। ବିଦାୟ ନେବ ୨୦୨୪ ଏବଂ ଆସିବ ୨୦୨୫। ନୂଆବର୍ଷକୁ ସ୍ଵାଗତ କରିବାକୁ ଉତ୍ସାହିତ ସାରା ବିଶ୍ଵ। ନୂଆବର୍ଷ ପୂର୍ବରୁ ବର୍ଷ ୨୦୨୪ର ଶେଷ ସୂର୍ଯ୍ୟୋଦୟ। ଦେଶର ବିଭିନ୍ନ ସ୍ଥାନରୁ ବର୍ଷ ର ଶେଷ ସୂର୍ଯ୍ୟୋଦୟ ର ଚିତ୍ର ସାମ୍ନାକୁ ଆସିଛି। କୋଚି, ଚେନ୍ନାଇ , କୋଲକାତା , ମଦୁରାଇ, ଅଯୋଧ୍ୟା, ବାରଣାସୀ , ଗୋଆରେ ବର୍ଷର ଶେଷ ସୂର୍ଯ୍ୟୋଦୟର ସୁନ୍ଦର ଚିତ୍ରକୁ ତୋଳି ଧରିଛି କ୍ୟାମେରା ଲେନ୍ସ। ବର୍ଷର ଶେଷ ଦିନକୁ ସ୍ମୃତି କରି ରଖିବାକୁ ଆଜି ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ଧାର୍ମିକସ୍ଥଳୀ ଗୁଡିକରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି।

Happy New Year 2025

ଆଜି ସକାଳୁ ଅର୍କକ୍ଷେତ୍ର କୋଣାର୍କରେ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଦୂରଦୂରନ୍ତରୁ ପର୍ଯ୍ୟଟକ ମାନେ ଆସି ଭୋର ୫ଟାରୁ ଆସି ଚନ୍ଦ୍ରଭାଗା ମହୋଦଧି କୂଳରେ ପହଞ୍ଚିଥିଲେ । ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ । କେହି କେହି ଶ୍ରଦ୍ଧାଳୁ ଦୀପ ଜାଳି ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ବନ୍ଦନା କରୁଥିବା ଦେଖିବାକୁ ମିଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+