Get Updates
Get notified of breaking news, exclusive insights, and must-see stories!

Happy New Year 2025: ନୂଆ ଆଶା ସହ ଆରମ୍ଭ ହେଲା ନୂଆବର୍ଷ ୨୦୨୫

ପଶ୍ଚିମ ଆକାଶରେ ବୁଡ଼ି ଯାଇଛନ୍ତି ୨୦୨୪ର ଶେଷ ସୂର୍ଯ୍ୟ। ଏଇ ଯେଉଁ ନବରବି ପୂର୍ବକାଶରେ ଉଦିତ। ତା'ର କିରଣରେ ଝଲସୁଛି କେତେ ଆଶା, କେତେ ସମ୍ଭାବନା। ନୂଆ ସକାଳ ସହ ଆରମ୍ଭ ହୋଇଛି ନୂଆବର୍ଷ ୨୦୨୫ । ବିଦାୟୀ ବର୍ଷର ଘାତ ପ୍ରତିଘାତ, ଦୁଃଖ ଓ କଷ୍ଟକୁ ଭୁଲି ନୂଆବର୍ଷକୁ ଧୁମଧାମରେ କରାଯାଇଛି ସ୍ୱାଗତ । ରାଜ୍ୟ, ଦେଶ ଓ ବିଶ୍ବ ସାରା ସବୁଠି ଉତ୍ସବ ଏବଂ ଉଲ୍ଲାସର ମାହୋଲ । ପୂଜା ପ୍ରାର୍ଥନା ମନ୍ଦିରରେ ଦର୍ଶନ, ଆଉ କେଉଁଠି ବାଜା ବାଣର ଉତ୍ସବରେ ନୂଆ ବର୍ଷକୁ ସ୍ୱାଗତ । ଜିରୋ ନାଇଟରେ ମତୁଆଲା ହୋଇଛି ବିଭିନ୍ନ ସହର ।

Happy New Year 2025

ପୁରୀ: ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼। ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍। ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

କୋଣାର୍କ ଚନ୍ଦ୍ରଭାଗା ଛୁଇଁଲା ନବବର୍ଷରେ ପ୍ରଥମ ସୂର୍ଯ୍ୟୋଦୟ । ନୂଆ ବର୍ଷର ପ୍ରଥମ ଦିନରେ ଉଦିତ ସୂର୍ଯ୍ୟ ପହିଲି କିରଣ ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମିରେ ଲାଗିଥିଲା ପ୍ରବଳ ଗହଳି ।

ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିଲା । ରାଜଧାନୀରେ ୧୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଏଥିସହ ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଥିଲା ।

ନୂଆ ବର୍ଷର ନୂଆ ସକାଳରେ ବିଭିନ୍ନ ମନ୍ଦିରରେ ଭିଡ ଲାଗି ରହିଛି । ପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବାକୁ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହୋଇଛନ୍ତି । ଏଥିସହ ରାଜ୍ୟବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+